ନୂଆପଡା,୩/୩: ଖରିଆର ରୋଡ ଖେଳ ଓ ସାଂସ୍କୃତିକ ସଂଘ, ଖରିଆର ରୋଡ ବ୍ୟାଡ଼ମିନ୍ଟନ ସଂଘ, ସ୍ଥାନୀୟ ସମାଜସେବୀ ଓ ପୂର୍ବତନ ରାଜ୍ୟସଭା ସାଂସଦ ଏଭି. ସ୍ୱାମୀ ଙ୍କ ସହଯୋଗରେ ଇଣ୍ଡୋର ଷ୍ଟାଡିୟମର ପୁନଃଉଦ୍ଧାର କାର୍ଯ୍ୟ ଶେଷ ହେବାସହ ଆଜି ଏହାର ପୁନଃ ଶୁଭ ଉଦଘାଟନ କରାଯାଇଛି ।
ଖରିଆର ରୋଡ ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡ଼ମିନ୍ଟନ ଖେଳିବା ପାଇଁ ନୂତନ ଭାବରେ ସିନ୍ଥେଟିକ କୋର୍ଟ ତିଆରି କରାଯାଇଛି । ଏବାବାଦକୁ ଏଭି. ସ୍ୱାମୀ ତାଙ୍କ ପାଣ୍ଠି ରୁ ୫ ଲକ୍ଷ ଟଙ୍କା ସହଯୋଗ କରିଥିବା ବେଳେ ଖରିଆର ରୋଡ ନଗରର ଅନେକ ସମାଜସେବୀ, ସରକାରୀ ଅଧିକାରୀ ବିଭିନ୍ନ ପ୍ରକାରର ସହଯୋଗ କରି ଖେଳାଳି ଓ ଖେଳ ପ୍ରେମୀଙ୍କ ପାଇଁ ଏକ ମଜବୁତ ଭିତ୍ତିଭୂମି ନିର୍ମାଣ କରିପାରିଛନ୍ତି । ଏହି ଅନନ୍ୟ କାର୍ଯ୍ୟଧାରାକୁ ସାଧାରଣରେ ପ୍ରଶଂସା କରାଯିବାସହ ଚର୍ଚ୍ଚା ଆଲୋଚନା ଜୋର ଧରିଛି ।
ଉଦ୍ଘାଟନୀ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ ସଭା ସାଂସଦ ଏଭି. ସ୍ୱାମୀ ମୁଖ୍ୟ ଅତିଥି ଓ ଉପ ଜିଲ୍ଲାପାଳ ତରଣୀସେନ ନାୟକ, ଖେଳ ଓ ସାଂସ୍କୃତିକ ସଂଘର ସଭାପତି ତଥା ବିଜେଡି ଜିଲ୍ଲା ସଭାପତି ରାଜେନ୍ଦ୍ର ଢୋଲକିଆ, ସମ୍ପାଦକ କମଲକାନ୍ତ ମିଶ୍ର, ସୁରେଶ ଆଚାରୀ, ରାଜେଶ ନିଗମ, ରମେଶ ଅଗ୍ରୱାଲ, ନିଶାନ୍ତ ଡାଗା, ପୂର୍ବତନ ଚେୟାରମେନ ସୁନିତା ଜୈନ, ଜିଲ୍ଲା ଯୋଜନା କମିଶନ ଉପ ସଭାପତି ଭଗବତୀ ପଟେଲ, ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ି.ଏନ ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।
ଏହି କାର୍ଯ୍ୟକ୍ରମରେ କଲ୍ୟାଣ ଗାନ୍ଧୀଙ୍କୁ ବିଶେଷ ରୂପ ରେ ଧନ୍ୟବାଦ ଦିଆ ଯାଇଥିଲା । କାର୍ଯ୍ୟକ୍ରମରେ ସନ୍ତୋଷ ଡାଗା ମଞ୍ଚ ପରିଚାଳନା କରିଥିଲେ । ଏବଂ ଖରିଆର ରୋଡ ନଗରର ମନୋଜ ମହାନ୍ତିଙ୍କ ଝିଅ ଅମିଶା ମହାନ୍ତି ଯିଏ କି ଖରିଆର ରୋଡରୁ ଯାଇ ଦିଲ୍ଲୀ ରେ ଅନୁଷ୍ଠିତ ହୋଇଥିବା ୨୦୧୯ ଜାତୀୟ ଯୁବ ପାର୍ଲିଆମେଣ୍ଟ ଫ୍ରେସଟିଭରେ ଫାଇନାଲିଷ୍ଟ ହୋଇ ମାନ୍ୟବର ମନ୍ତ୍ରୀ କ୍ରିଡା ଓ ଯୁବ ସେବା ବିଭାଗ ଭାରତ ସରକାର ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ନୂଆପଡା ମାଟିର ଗର୍ବ ଓ ଗୌରବ ଅମିଶାଙ୍କୁ ଏଭି ସ୍ୱାମୀ, ଉପ ଜିଲ୍ଲାପାଳ ଓ ରାଜିନ୍ଦ୍ର ଢୋଲକିଆ ଫୁଲତୋଡ଼ା ଦେଇ ଅଭିନନ୍ଦନ କରିଥିଲେ । କାର୍ଯ୍ୟକ୍ରମରେ ଖରିଆର ରୋଡ ବ୍ୟାଡ଼ମିଣ୍ଟନ ସଂଘର ସଦସ୍ୟ ତଥା ଅନେକ ସ୍ଥାନୀୟ ଯୁବକ ଉପସ୍ଥିତ ଥିଲେ ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook 👇
Subscribe us on youtube 👇