ରହସ୍ୟ ଘେରରେ ମସୁଦ ଅଜହରର ମୃତ୍ୟୁ, ସନ୍ଦେହ ପ୍ରକଟ କଲା ଭାରତୀୟ ଗୁଇନ୍ଦା ଏଜେନ୍ସି

ନୂଆଦିଲ୍ଲୀ: ପୁଲଓ୍ଵାମାରେ ସିଆରପିଏଫର ଗାଡ଼ି ଉପରେ ହୋଇଥିବା ଆତଙ୍କୀ ହମଲାରେ ନିଜକୁ ଦାୟୀ କରିଥିବା ଜୈଶ ଇ ମହମ୍ମଦ ଆତଙ୍କୀ ସଂଗଠନର ମୁଖ୍ୟ ମସୁଦ ଅଜହରର ମୃତ୍ୟୁକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ଜାତୀୟ ନ୍ୟୁଜ୍ ଚ୍ୟାନେଲ ସହିତ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହା ସମ୍ବନ୍ଧିତ ଖବର ଭାଇରାଲ ହେବାରେ ଲାଗିଛି। ତେଣୁ ଏବେ ଦେଶର ଗୁଇନ୍ଦା ଏଜେନ୍ସି ମଧ୍ୟ ଏହି ରିପୋର୍ଟର ଯାଞ୍ଚରେ ଜୁଟି ଯାଇଛନ୍ତି ଯେ ପ୍ରକୃତରେ ମସୁଦର ମୃତ୍ୟୁ ହୋଇଛି ନା ନାହିଁ।

ଅଧିକାରୀ କହିଛନ୍ତି ଯେ, ଆମକୁ ସୂଚନା ମିଳିଛି ଯେ, କିଡନୀ ଫେଲ ହୋଇଯିବା କାରଣରୁ ମସୁଦର ଆର୍ମି ହସ୍ପିଟାଲରେ ଚିକିତ୍ସା ଚାଲିଛି। ପାକିସ୍ତାନୀ ପଞ୍ଜାବର ବହାବଲପୁରରେ ରହୁଥିବା ମୌଲାନା ମସୁଦ ଅଜହର ୨୦୦୦ରେ ଜୈଶ ଇ ମହମ୍ମଦ ଆତଙ୍କୀ ସଂଗଠନ ଗଠନ କରିଥିଲା। ୫୦ ବର୍ଷୀୟ ମସୁଦକୁ ଇଣ୍ଡିଆନ୍ସ ଏୟାରଲାଇନ୍ସର ଆଇସି-୮୧୪ ବିମାନ କାନ୍ଦାହାର ଅପହରଣ ମାମଲାରେ ତତ୍କାଳୀନ ଏନଡିଏ ସରକାରଙ୍କୁ ଛାଡ଼ିବାକୁ ପଡ଼ିଥିଲା। ୨୦୦୧ରେ ସଂସଦରେ ହୋଇଥିବା ହମଲା, ଜାମ୍ମୁ-କାଶ୍ମୀର ବିଧାନସଭାରେ ଆତ୍ମଘାତୀ ହମଲା, ପଠାନକୋଟ ଏୟାରବେସ ଉପରେ ହମଲା ଓ ନିକଟରେ ପୁଲଓ୍ଵାମା ହମଲାର ମାଷ୍ଟର ମାଇଣ୍ଡ ହେଉଛି ମସୁଦ ଅଜହର।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.