ଜୟଦ୍ରଥ ସୁନାଙ୍କ କବିତା : ଭାଗଫଳ

ଭାଗଫଳ

ଜୟଦ୍ରଥ ସୁନା

ଯୋଉଦିନ ମୋ’ଠୁ ତୁମେ
ଢେର୍ ଦୂରକୁ ଚାଲିଯିବ
ମୁଁ ବଂଚିବି
ଯେମିତି
ମାଟିରୁ ଅଲଗା ହେଇ
ପଥର ଚଟାଣରେ ବି
ହସିଉଠେ ଗଛ ।
 
ଯେମିତି
ଅନ୍ଧାରରେ ସାରାରାତି
ଭିଜିଭିଜି ହସୁଥାଏ
ଭୋର୍’ର ତାରା ।
 
ମୁଁ ହସିବି
ଯେମିତି କମାରଶାଳରେ
ଲହଲହ ନିଆଁରେ
ଚମକୁଥିବା ଲୁହା
ଯେମିତି
ପଥର ଉପରେ
ଛମଛମ୍ ନାଚୁଥିବା ଝରଣା
ଯେମିତି
ମରୁଭୂମିରେ ସୂର୍ଯ୍ୟର ପ୍ରକୋପ ।
 
ମୁଁ ଶୋଇବି
କିନ୍ତୁ ଉଜାଗର ଥିବ ସ୍ୱପ୍ନ
ପ୍ରତି ରାତି ପାହିବା ପୂର୍ବରୁ ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.