ବିଜେପି ରେ ଯୋଗ ଦେବେ ନୂଆପଡାର ପୂର୍ବତନ ବିଜେଡି ଜିଲ୍ଲା ସଭାପତି ପ୍ରସନ୍ନ ପାଢ଼ୀ !

ନୂଆପଡା,୪/୩ : ବିଜେପି ରେ ଯୋଗ ଦେଇ ପାରନ୍ତି ପୂର୍ବତନ ନୂଆପଡା ଜିଲ୍ଲା ବିଜେଡି ସଭାପତି ପ୍ରସନ୍ନ କୁମାର ପାଢ଼ୀ । ମିଳିଥିବା ସୂଚନା ଅନୁସାରେ ନୂଆପଡା ରେ ବିଜେପି ରାଜ୍ୟ ସଭାପତି ତଥା ନୂଆପଡା ବିଧାୟକ ବସନ୍ତ କୁମାର ପଣ୍ଡାଙ୍କ ଉପସ୍ଥିତ ରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ତେବେ ପ୍ରସନ୍ନ କୁମାର ପାଢ଼ୀ କିମ୍ବା ବିଜେପି ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ ସୂଚନା ଦିଆ ଯାଇ ନାହିଁ । ଏଠାରେ ସୂଚନା ଯୋଗ୍ୟଯେ ୨୦୧୭ ଏପ୍ରିଲ ୨୯ ତାରିଖ ରେ ପ୍ରସନ୍ନ ପାଢିଙ୍କୁ ବିଜେଡିରୁ ନିଲମ୍ବିତ କରା ଯାଇଥିଲା । ସେତେବେଳଠୁ ଶ୍ରୀଯୁକ୍ତ ପାଢ଼ୀ ବିଜେପିରେ ଯୋଗ ଦେବେ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।

ତେବେ ଏହି ମିଶ୍ରଣ ପର୍ବ ଆସନ୍ତା କାଲି ହେବ ବୋଲି ସୂଚନା ମିଳୁଛି । ଶ୍ରୀ ପାଢ଼ୀ ଅନେକ ସମୟରେ ବିଭିନ୍ନ ସମାଜସେବା କାର୍ଯ୍ୟ କରି ନୂଆପଡା ବିଧାନସଭା କ୍ଷେତ୍ର ରେ ଏକ ଲୋକପ୍ରିୟ ରାଜନେତା ତଥା ବିଶିଷ୍ଟ ଆଇନଜୀବି ରୂପେ ଘରେ ଘରେ ପରିଚିତ । ଏହି ମିଶ୍ରଣରେ ଶ୍ରୀଯୁକ୍ତ ପାଢ଼ୀଙ୍କ ସହ ତାଙ୍କ ସମର୍ଥକ ଗାଁ ଠୁ ନେଇ ସହର ପର୍ଯ୍ୟନ୍ତ ଯୁବକ, କୃଷକ, ମଜଦୁର, ମହିଳା ତଥା ଅନେକ ସମାଜସେବୀ ସମସ୍ତେ ବିଜେପି ରେ ଯୋଗ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଏହି ମିଶ୍ରଣ ଫଳରେ ଜିଲ୍ଲା ବିଜେଡିକୁ ଶକ୍ତ ଆଘାତ ଲାଗିବ ବୋଲି ଜନସାଧାରଣ ରେ ପୂର୍ବାନୁମାନ କରାଯାଉଛି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook 👇

http://facebook.com/odiabarta

Subscribe us on youtube 👇

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.