ସେନାର ପରାକ୍ରମକୁ ନିର୍ବାଚନୀ ପ୍ରସଙ୍ଗ କରିବନାହିଁ ବିଜେପି : ସାଂସଦ ରବିନ୍ଦ୍ର କୁଶବାହା

ବାରଣାସୀ,୪/୩ : ସେନାର ପରାକ୍ରମକୁ ନେଇ ମୋଦୀ ସରକାର ରାଜନୀତିକରଣ କରୁଛନ୍ତି ବୋଲି ବିରୋଧୀଙ୍କ ଆରୋପ ପରିପ୍ରେକ୍ଷିରେ ବିଜେପି ସାଂସଦ ରବିନ୍ଦ୍ର କୁଶବାହା କହିଛନ୍ତି ଯେ, ତାଙ୍କ ଦଳ ପାକିସ୍ତାନ ବିରୁଦ୍ଧରେ ହୋଇଥିବା ଏୟାର ଷ୍ଟ୍ରାଇକ ଓ ସେନାର ପରାକ୍ରମକୁ ନିର୍ବାଚନୀ ପ୍ରସଙ୍ଗ କରିବ ନାହିଁ । ଉତ୍ତର ପ୍ରଦେଶର ସଲେମପୁର ଲୋକସଭା କ୍ଷେତ୍ରର ବିଜେପି ସାଂସଦ କୁଶବାହା ସମ୍ବାଦଦାତା ମାନଙ୍କ ସହ ଆଲୋଚନା କରିବା ସମୟରେ ବିରୋଧୀ ଦଳକୁ କଡା ସମାଲୋଚନା କରିଛନ୍ତି । ସେ କହିଲେକି ବିରୋଧୀ ଦଳ ପାକିସ୍ତାନ ଓ ସେନାକୁ ନେଇ ରାଜନୀତି କରୁଛି ।

ସାମ୍ବାଦିକ ମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କୁଶବାହା କହିଲେ କି ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ସେନା ପରାକ୍ରମ ଭରସାରେ ଜନତାଙ୍କ ପାଖକୁ ଯିବନାହିଁ । ପରନ୍ତୁ ମୋଦୀ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ଓ ଦେଶର ବିକାଶ ଚିତ୍ରକୁ ନେଇ ନିର୍ବାଚନ ଲଢିବ । ସେ ପୁରା ସ୍ପଷ୍ଟ କରିଛନ୍ତି କି ବିଜେପି ଲୋକସଭା ନିର୍ବାଚନରେ ପାକିସ୍ତାନ ବିପକ୍ଷରେ ବାୟୁ ସେନା ଦ୍ବାରା ହୋଇଥିବା କାର୍ଯ୍ୟାନୁଷ୍ଠାନ ଓ ସେନାର ପରାକ୍ରମକୁ ନିର୍ବାଚନୀ ପ୍ରସଙ୍ଗ କରିବନାହିଁ । ଏହା ନିର୍ବାଚନରେ ଜିତିବା ପାଇଁ ନୁହଁ, ବରଂ ଦେଶ ହିତ ସହ ଜଡିତ ଏକ ପ୍ରସଙ୍ଗ ଅଟେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.