ନୂଆପଡା/ଉଦ୍ୟାନବନ୍ଧ,୪/୩ : ଆସନ୍ତାକାଲି ନୂଆପଡା ରାଜନୀତିରେ ଏକ ନୂତନ ସମିକରଣ ହେବାକୁ ଯାଉଛି । ଏନେଇ ରାଜନୈତିକ ପାଣିପାଗ ସରଗରମ ହୋଇଥିବା ବେଳେ ଚର୍ଚାର ପରିଧିକୁ ଆସିଛନ୍ତି ପୂର୍ବତନ ନୂଆପଡା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ହେମନ୍ତ କର । ସେ ବିଜେପିରେ ଯୋଗ ଦେବେ ବୋଲି ଜଣାପଡିଛି । କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ହେଉଛନ୍ତି ହେମନ୍ତ ।
ମିଳିଥିବା ସୂଚନା ଅନୁସାରେ ଆସନ୍ତା କାଲି (ମଙ୍ଗଳବାର) ରାଜ୍ୟ ବିଜେପି ସଭାପତି ତଥା ନୂଆପଡା ବିଧାୟକ ବସନ୍ତ କୁମାର ପଣ୍ଡାଙ୍କ ଉପସ୍ଥିତରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ତେବେ ହେମନ୍ତ କର କିମ୍ବା ବିଜେପି ପକ୍ଷରୁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ ।
ବୈଜୟନ୍ତ ପଣ୍ଡା ବିଜେଡିରୁ ନିଲମ୍ବିତ ହେବେ ପରେ ଜୁନ ୧୨ ରେ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇ ଥିଲେ । ଏଥି ପାଇଁ ହେମନ୍ତ କର ବିଜେଡିର ମନମୁଖୀ ଶାସନ ଓ ବୈଜୟନ୍ତ ପଣ୍ଡାଙ୍କ ଭଳି ନେତା ଙ୍କୁ ଦଳରୁ ନିଲମ୍ବିତ କରିବାରୁ ଓ ନୂଆପଡାର ପୂର୍ବତନ ବିଜେଡି ଜିଲ୍ଲା ସଭାପତି ପ୍ରସନ୍ନ ପାଢ଼ୀଙ୍କୁ ୨୦୧୭ରେ ଦଳରୁ ନିଲମ୍ବିତ କରି ଥିବାରୁ ରୁଷ୍ଟ ହୋଇ ନିଜେ ନୂଆପଡା ରେ ଏକ ସାମ୍ବାଦିକ ସମ୍ମିଳନୀ କରି ୨୮ ଜୁନ ୨୦୧୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ । ହେମନ୍ତ କର ଦୀର୍ଘ ୧୮ ବର୍ଷ ଧରି ନୂଆପଡା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଦାଇତ୍ୱ ତୁଲାଇ ଆସି ଥିଲେ ।
ବିଗତ ଦିନ ରେ ବିଜେପୁର ଉପ ନିର୍ବାଚନରେ ମଧ୍ୟ ସେ ଗୁରୁ ଦାଇତ୍ୱ ତୁଲାଇ ଥିଲେ । ନୂଆପଡା ଜିଲ୍ଲାରେ ଯୁବକ ମାନଙ୍କ ଆଦର୍ଶ ହେମନ୍ତ ଅନେକ ସମୟରେ ଯୁବ ଗୋଷ୍ଠୀଙ୍କୁ ନେଇ କେତେ ବେଳେ ସମାଜସେବା କରନ୍ତି ତ ଆଉ କେତେ ବେଳେ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଦେଖିବାକୁ ମିଳେ । ବିଭିନ୍ନ ସମସ୍ୟାର ସରଳ ସମାଧାନ କରି ସମସ୍ତଙ୍କ ସହ ପାଦ ମିଳାଇ ଚାଲିବାରେ ଦକ୍ଷ ହେମନ୍ତ ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି ।
ଜିଲ୍ଲାର ଏହି ମିଶ୍ରଣ ପର୍ବରେ ହେମନ୍ତ କର ନୂଆପଡା ବିଧାନସଭା କ୍ଷେତ୍ରର ଅନେକ ଯୁବ ଗୋଷ୍ଠୀକୁ ନେଇ ବିଜେପି ରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ବୈଜୟନ୍ତ ପଣ୍ଡା ଙ୍କ “ହେଇ ଯାଉ ” କାର୍ଯ୍ୟକ୍ରମକୁ ନୂଆପଡାର ଉଦ୍ୟାନବନ୍ଧ ଠାରେ ଶ୍ରୀଯୁକ୍ତ କର ସଫଳ କରାଇ ଥିଲେ । ବୈଜୟନ୍ତ ପଣ୍ଡା ନୂଆପଡା ମାଟିରେ ଆସିଥିବାରୁ ନୂଆପଡା ରାଜନୈତିକ ସ୍ଥିତି ପରିବର୍ତ୍ତନ ହେବ ବୋଲି ଜନସାଧାରଣ ଓ ବୁଦ୍ଧିଜୀବି ପୂର୍ବାନୁମାନ କରୁ ଥିଲେ । ଏବେ ହେମନ୍ତ ବିଜେପିରେ ଯୋଗ ଦେବାକୁ ଯାଉଥିବାରୁ ନୂଆପଡା ଜିଲ୍ଲା ରାଜନୀତିରେ ଏକ ନୂତନ ସମିକରଣର ଆଭାଷ ଦେଖାଯାଉଛି ବୋଲି ରାଜନୈତିଜ୍ଞ ବିଶେଷଜ୍ଞ ମାନେ ମତ ପ୍ରକାଶ କରନ୍ତି ।
ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook 👇
Subscribe us on youtube 👇