କଳାହାଣ୍ଡି,୫/୩ : ଦେବ ଦେବ ମହାଦେବଙ୍କ ପବିତ୍ର ମହାଶିବରାତ୍ରୀରେ ଉତ୍ସବ ମୂଖର ହୋଇପଡିଛି ଗ୍ରାମ୍ୟ ପରିବେଶ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ବିଭିନ୍ନ ଶୈବ ପୀଠକୁ । ଏହି ଅବସରରେ ଶିବ କୃପା ଲାଭ ସହ ସାଧାରଣ ଜନତାଙ୍କ ସୁଖ ଦୂଃଖ ବୁଝିବା ଉଦ୍ଦେଷ୍ୟରେ ମାରାଥନ ଭ୍ରମଣ କରିଛନ୍ତି ସମାଜସେବୀ ମନୋଜ ପଟ୍ଟନାୟକ ।
ନର୍ଲା, କର୍ଲାମୁଣ୍ଡା, ମ ରାମପୁର ଓ କେସିଙ୍ଗା ବ୍ଲକର ସରିଆଁ, ମାଣ୍ଡେଲ, ସାଇଦଲଙ୍ଗା, ନର୍ଲାରୋଡ, ଅଲାବୁଲା, ଛତିକୁଡା, କୁସୁର୍ଲା, ରାଜପୁର, ବୋରପଦର, ବାଞ୍ଜିପଦର, କର୍ଲାମୁଣ୍ଡା, ତେରେସିଙ୍ଗା, ରିଷଡା, ବାଙ୍କେଲ,ବମକ, ବିନେକେଲା, ହାତୀଖୋଜ, ତହଁସିର, ଗୋକୁଲେଶ୍ବର ଆଦି ଅନେକ ଶୈବ ପୀଠ ଭ୍ରମଣ କରିବାସହ ମହାଦେବଙ୍କ ଠାରେ ପୂଜାର୍ଚନା କରିଛନ୍ତି ମନୋଜ ।
ଏହି ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରକାଶ କରିଛନ୍ତିଯେ, ସଂସାରର ସମସ୍ତ ଭାରକୁ ବହନ କରିବା ସହ ସଂହାରକାରକ ଭଗବାନ ଶିବ ଶଙ୍କରଙ୍କ ଉପରେ ମୋର ଗଭିର ବିଶ୍ବାସ ରହିଛି । ଅନ୍ୟାନ୍ୟ ସମୟରେ ମଧ୍ୟ ମୁଁ ଜତନାଙ୍କ ପାଖରେ ପହଞ୍ତି ସେମାନଙ୍କ ଦୂଃଖ ସୁଖରେ ସମଭାଗି ହୋଇଥାଏ ।
ଜନତାର ମତାନୁସାରେ ୨୦୧୯ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବି ଏଥିପାଇଁ ବିଭୂକୃପା ଓ ଜନତାଙ୍କ ଅାଶିର୍ବାଦ ଭିକ୍ଷା କରୁଛି । ଶିବରାତ୍ରୀର ପବିତ୍ର ସମୟରେ ଜନତାଙ୍କ ସାନିଦ୍ଧ୍ୟ ମୋତେ ଆଗକୁ ବଢିବାର ନୂତନ ଦିଶା ପ୍ରଦାନ କରିଛି ।
For latest news & views update
Click on bell button and subscribe to notifications.
Like us on facebook 👇
Subscribe us on youtube 👇