ଲାନ୍ଥ ନଦୀ କୂଳରେ ସ୍ବପ୍ନେଶ୍ବର ମହାଦେବଙ୍କ ମହାଶିବରାତ୍ରୀ ଓ ଜାଗର ଯାତ୍ରା

ସଇଁତଲା,୫/୩ : ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ମହାଶିବରାତ୍ରୀ ପ୍ରବଳ ଉତ୍ସାହ ଉଦ୍ଦିପନା ମଧ୍ୟରେ ଆରମ୍ଭ ହୋଇଥିବା ବେଳେ ବଲାଂଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଧରପଗଡ ଗ୍ରାମପଞ୍ଚାୟତ ର ଲାନ୍ଥ ନଦୀ କୂଳରେ ଅବସ୍ଥିତ ସପ୍ନେଶ୍ୱର ବାବା ପୀଠରେ ମଧ୍ୟ ପାରଂପାରିକ ରିତିନିତି ଅନୁସାରେ ମହାଶିବ ରାତ୍ରି ଓ ଜାଗର ଯାତ୍ରା ଆରମ୍ଭ ହୋଇଯାଇଛି ।

ଏଥିରେ ପେଣ୍ଡାରାମାଳ ଜାମଖୁଣ୍ଟା ନୁଅବସ୍ତୀ ସେଳମା ପଡା ଆଦି ଗ୍ରାମ ସହଯୋଗ କ୍ରମେ ସୋମବାର ସକାଳ ଭୋର୍ ୮.୩୦ ରେ ନାମ ଯଜ୍ଞ ଆରମ୍ଭ କରାଯାଇଥିଲା । ଏହି ଅବସରରେ କର୍ତ୍ତା ଭାବରେ ପେଣ୍ଡାରାମାଳର ଗନ୍ତିଆ ଶ୍ରୀଯୁକ୍ତ ବାଳକର ଭୋଇ ଓ ତାଙ୍କର ଧର୍ମପତ୍ନି ଶ୍ରୀମତୀ ନିଧି ଭୋଇ, ଜମାଖୁଣ୍ଟା ର ଗନ୍ତିଆ ଶ୍ରୀଯୁକ୍ତ ଯୁଗଳ କିଶୋର ବଗର୍ତ୍ତୀ ଓ ତାଙ୍କର ଧର୍ମପତ୍ନି ଶ୍ରୀମତୀ ମାଳତୀ ବଗର୍ତ୍ତୀ, ନୁଆବସ୍ତୀ ର ଗନ୍ତିଆ ଶ୍ରୀଯୁକ୍ତ ଦୀନବନ୍ଧୁ ମଝି ଓ ତାଙ୍କ ଧର୍ମପତ୍ନି ଶ୍ରୀମତୀ ଦିପା ମାଝୀ ।

ପୋରହିତ ଭାବେ ଶ୍ରୀଯୁକ୍ତ ବିଜୟ ମିଶ୍ର ଓ ଶ୍ରୀଯୁକ୍ତ ରାଜୁ ଷଡ଼ଙ୍ଗୀ ଅଭିଶିକ୍ତ ହୋଇଛନ୍ତି। କମିଟି ସୂତ୍ର ରୁ ପ୍ରକାଶ ଯେ ସୋମବାର ରାତି ୧୨ଟା ସମୟରେ ମହାଦୀପ ଉଠିଥିଲା ଓ ରାତ୍ରସାରା ଭକ୍ତମାନେ ଉଜାଗର ରହି ଶିବକୃପା ଲାଭ କରିଥିଲେ । ଏହି ଶିବ ରାତ୍ରି ମେଳା ୪ ତାରିଖ ରୁ ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ବହୁତ ଭକ୍ତଙ୍କ ସମାଗମ ଲାଗିରହିଛି ।

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.