କୋଟପାଡ : ଗତ ବର୍ଷର ଉତଥାନ ଓ ଉଜ୍ଜଳ ତାଲିମ ପ୍ରାପ୍ୟ ପାଇନାହାନ୍ତି ଶିକ୍ଷକ

କୋରାପୁଟ/କୋଟପାଡ,୫/୩ : ସରକାରୀ କାର୍ଯ୍ୟରେ ଉପରିସ୍ଥ ଅଧିକାରୀ ମାନଙ୍କ ଅବହେଳା ନୂଆ କଥା ନୁହଁ । ତେବେ ଗତବର୍ଷର ଉତଥାନ ଓ ଉଜ୍ଜଳ ତାଲିମ ପ୍ରାପ୍ୟ ପାଇନଥିବାରୁ ଶିକ୍ଷକ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷର ବାତାବରଣ ଦେଖାଦେଇ ଜିଲ୍ଲାପାଲଙ୍କ ଉଦ୍ଦେଷ୍ୟରେ ଅଭିଯୋଗ ପତ୍ର ପ୍ରଦାନ କରିବାପରି ଏକ ଘଟଣା ସାମ୍ନାକୁ ଆସିବାପରେ ଶିକ୍ଷା ବିଭାଗର ମନମୂଖି କାର୍ଯ୍ୟ ବାହାରେ ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ୨୦୧୮ ମସିହାରେ କୋଟଗଡ ବ୍ଲକର ଶିକ୍ଷକ ମାନେ ଉତଥାନ ଓ ଉଜ୍ଜଳ ତାଲିମ ପ୍ରାପ୍ୟ ପାଇନଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଉଦ୍ଦେଷ୍ୟରେ ଏକ ଅଭିଯୋଗପତ୍ର କୋଟପାଡ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଏହି ପତ୍ରରେ ଶିଘ୍ର ପ୍ରାପ୍ୟ ପ୍ରଦାନ ପାଇଁ ଦାବି କରାଯାଇଛି । ଏଥିରେ ପ୍ରଦୀପ ପ୍ରଧାନ, ଡମ୍ବରୁ ହରିଜନ, ମାଲେଶ୍ବର ରାଓ, କେ. ଜଗା ରାଓ, ସନ୍ତୋଷ ପାଢୀ, ସନ୍ତୋଷ ଦୂବେ, ସୋମନାଥ ଅମାନାତ୍ୟ ଓ କୈଳାସ ଭତ୍ରାଙ୍କ ସହ ଅନେକ ଶିକ୍ଷକ ଉପସ୍ଥିତ ଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ବସନ୍ତ କୁମାର ପାଗୋଡୋ ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.