ପଶ୍ଚମ ଓଡିଶାର ବନବାସୀ ଓ ଆଦିବାସୀଙ୍କୁ ସାମୟିକ ଭାବେ ବଞ୍ଚିବାର ରାହା ଦେଖାଇଥାଏ ମହୁଲ ଫୁଲ । ଏବେ ଆରମ୍ଭ ହୋଇଯାଇଛି ଏହି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଋତୁ । ତେବେ ମହୁଲ ଫୁଲ ବି ବାଦ ପଡେନି ଶୋଷଣ କାରୀ ଦଲାଲ୍ ଙ୍କ ଲୋଳୁପ ଆଖିରୁ । ଆଦିବାସୀଙ୍କ ଠାରୁ ସାଗ ମାଛ ଦରରେ ନେଇ ସୁବର୍ଣ୍ଣ ଦରରେ ବିକନ୍ତି ଦଲାଲ୍ । ପ୍ରଶାସନ ଓ ଜନପ୍ରତିନିଧି ଏଠି କୁମ୍ଭକର୍ଣ୍ଣ ନିଦ୍ରାରେ ଗୁହାରୀ କରିବା କାହାକୁ ।