କଳାହାଣ୍ଡି : ନର୍ଲା ପଞ୍ଚାୟତ ସମିତି ସଭାଗୃହ ଠାରେ ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି । ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବିଡିଓ ଡକ୍ଟର ବ୍ୟାସଦେବ ବେହେରା, ଉପାଧ୍ୟକ୍ଷ୍ୟ ଦୂର୍ଗାପ୍ରସାଦ ମହାନ୍ତି ପ୍ରମୂଖ ଯୋଗଦେଇ ଆଜିର ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ବ୍ଲକର ଅନେକ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଯୋଗ ଦେଇଥିଲେ ।