ନୂଆପଡା ବିଜେପିର ମିଶ୍ରଣ ପର୍ବ (Visual News)

ନୂଆପଡା,୬/୩ : ନୂଆପଡା ପୋଲିସ ପଡିଆ ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ସଭାପତି ତଥା ନୂଆପଡା ବିଧାୟକ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେଡି ର ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ ପାଢ଼ୀ, ବିଜୁ ଛାତ୍ର ଜନତା ଦଳ ର ପୂର୍ବତନ ସଭାପତି ହେମନ୍ତ କର,ଅବସର ପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ହୋମସିଂହ ମାଝୀଙ୍କ ସହ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ତାରାଚାନ୍ଦ ଅଗ୍ରୱାଲ, ପୂର୍ବତନ ସମିତି ସଭ୍ୟ ନିର୍ମଳ ରାଉତ, ପୂର୍ବତନ ସରପଞ୍ଚ ପ୍ରେମଲାଲ ନାୟକ, ଜଟଗଡ଼ ସରପଞ୍ଚ ଠାକୁର ଜଗତ, ଜଟଗଡ଼ ପୂର୍ବତନ ସମିତି ସଭ୍ୟ ପଦୁ ପୁଞ୍ଜି, ପୂର୍ବତନ ସମିତି ସଭ୍ୟ ତରବୋଡ଼ ଗଙ୍ଗା ମାଝୀ, ବିଶିଷ୍ଟ ଠିକାଦାର ଦୀନେଶ ନାୟକ, ବୈସମ୍ପନ ସାହୁ, ଆଭାସ ପାଢ଼ୀ, ଆକାଶ ପାଢ଼ୀ, ବିଟୁ ପଣ୍ଡା, ରୋହିତ ସାହୁ, ରଘୁନାଥ ସାହୁ, ବିରୁ ମହାନନ୍ଦ, ପିଣ୍ଟୁ ସାହୁ, ରିଷି କୁମାର, ଖୁଆଯା ମେମୋ, ପପ୍ପୁ ରାୱଲ, ପରଦେଶୀ ମେହେର, ପ୍ରମୋଦ ପାଢ଼ୀ, ଗୋପୀ ସୁନା, ତେଜରାମ ସାହୁ ତଥା ଶତାଧିକ ସମର୍ଥକ ଏହି ମିଶ୍ରଣ ପର୍ବ ରେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ପରିବାର ଏହି ନୂତନ ରାଜନେତା ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛି ।

ମିଶ୍ରଣ ପର୍ବର ଭବ୍ୟ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ଜିଲ୍ଲା ସଭାପତି ଶିବ ମୁଣ୍ଡ, ଅଭିନନ୍ଦନ ପଣ୍ଡା, ଗୋଲ୍ଡି ଅଗ୍ରୱାଲ, ଦୃଷ୍ଟି ମାଝୀ, ଚତୁର୍ଭୁଜ ଶର୍ମା, ପପ୍ପୁ ଠାକୁର, ସୁଶାନ୍ତ ପତି,ପ୍ରଦୀପ ମହାପାତ୍ର,ଅଭିଷେକ ପଣ୍ଡା, ମନୀଷ ତିୱାରୀ, ସରିତା ସିଂ,ତୁଲସ ପଟେଲ, ସୋମ ପଣ୍ଡା, ଆୟୁଷ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।

୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ନୂଆପଡା ବିଧାନସଭାରେ ଏହି ମିଶ୍ରଣର ପ୍ରଭାବ ବିଜେପିକୁ ନିଶ୍ଚିତ ଭାବେ ସୁହାଇବା ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.