ଗଞ୍ଜାମ,୧୫/୧୧: ଘରେ ଭାଇ ଭଉଣୀ ସହ ଶୋଇଥିବା ଜଣେ ଯୁବତୀକୁ କିଛି ଦୁର୍ବୃତ୍ତ ଟେକିନେଇ ଘର ପଛପଟେ ଗଣବଲାତ୍କାର କରିଥିବା ଅଭିଯୋଗ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳରେ । ପ୍ରାପ୍ତ ସୂଚନାରୁ ପ୍ରକାଶଯେ ପୋଲସରା ଥାନା ଅଞ୍ଚଳର ଉକ୍ତ ପିଡିତାଙ୍କ ମା ବାପା ଭୁବନେଶ୍ୱରରେ ରହି ଦିନ ମଜୁରିଆ ଭାବେ କାମ କରନ୍ତି। ଘରେ ସାନ ଭଉଣୀ ଓ ଭାଇଙ୍କ ସହ ସେ ରୁହନ୍ତି। ବୁଧବାର ରାତିରେ ଭାଇ, ଉଭଣୀଙ୍କ ସହ ଉକ୍ତ ଯୁବତୀ ଘରେ ଶୋଇଥିବା ବେଳେ ୪ ଜଣ ଦୁର୍ବୃତ୍ତ କବାଟ ଭାଙ୍ଗି ଘରେ ପଶିଥିଲେ। ଯୁବତୀଙ୍କୁ ଉଠାଇ ନେଇ ଘର ପଛପଟେ ଗଣବଳାତ୍କାର କରିଥିଲେ। ଯୁବତୀଙ୍କ ପାଟି ଶୁଣି ପଡୋଶୀ ଘର ଲୋକେ ଉଠିପଡ଼ିଥିଲେ। ଫଳରେ ଦୁର୍ବୃତ୍ତମାନେ ଯୁବତୀଙ୍କୁ ଛାଡି ପଳାଇଯାଇଥିଲେ। ପୀଡ଼ିତା ଅଭିଯୁକ୍ତ ମାନଙ୍କୁ ଚିହ୍ନିପାରିଥିବା ଜଣାପଡ଼ିଛି। ପିଡିତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ୨୨୦/୧୮ରେ ଏକ ମାମଲା ରୁଜୁ କରି ୪ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚୁରା କରୁଛି । ଘଟଣାସ୍ଥଳରେ କ୍ରାଇମ୍ ଡିଏସ୍ପି ଦିଲୀପ ଦାସ , ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ , ଏସ୍ଆଇ ମମତା ସାମନ୍ତରା , ବାବୁଲାଲ ରାଉଳଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି। ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି।