ଧର୍ମଗଡ,୬/୩ : ମଳିମୁଣ୍ଡିଆ ଓ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ ଓ କାର୍ଯ୍ୟକାରିତାର ଡିଣ୍ଡିମ ପିଟୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । କିନ୍ତୁ କାହିଁକି କମୁନି ଦାଦନ ଦୂଃଖ ? ପେଟ ପାଇଁ ପରଦେଶୀ ହୋଇଥିବା ପୁଅର ମଲାମୁହଁ କାହିଁକି ଦେଖୁଛି ଜନ୍ମକଲା ମା’ ? ଚାତକୀ ପରି ସ୍ବାମୀର ବାଟ ଚାହିଁଥିବା ନାରୀ ହାତରୁ ଭାଂଗି ଯାଉଛି ଶଙ୍ଖା, ସିମନ୍ତରୁ ଧୋଇ ହୋଇ ଯାଉଛି ସିନ୍ଦୁର । ଅସମୟରେ କାହିଁକି ପ୍ରିୟଜନକୁ ହରାଉଛନ୍ତି ଆତ୍ମିୟ ? ବାପା ଆସିବେ ବୋଲି ଚାହିଁ ରହିଥିବା ପୁଅଝିଅ ବାପାର ମରଶରିର ପାଉଛନ୍ତି । ତେବେ ଏଥିପ୍ରତି ସରକାରଙ୍କ କିଛି କର୍ତ୍ତବ୍ୟ ନାହିଁ । କେବେ ବନ୍ଦ ହେବ ଦାଦନ ଦୂଃଖ ?
ଦୂଃଖର ସହ ପ୍ରକାଶ କରିବାକୁ ପଡୁଛିଯେ, ଆଜି ପୁଣି ଜଣେ ଦାଦନର ଶବ କଳାହାଣ୍ଡି ଫେରିଛି । ପ୍ରିୟଜନର ମୃତ୍ୟୁ ଯୋଗୁଁ କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡିଥିଲା। ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଲିଛି କୋକସରା ବ୍ଳକ ମୁଷାପାଲି ଗାଁ ଠାରେ । ମୁଷାପାଲି ଗାଁର ଅକାଳୁ ସୁନାନୀ( ୪୫) । ପଡୋଶି ରାଜ୍ୟ ଆନ୍ଧ୍ରପ୍ରଦେଶ ର ହାଇଦ୍ରାବାଦ ସହର ସ୍ଥିତ ଏକ ଘରୋଇ କମ୍ପାନିରେ ଠିକା ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ୩ ପୁଅ ଗୋଟିଏ ଝିଅ ଥିବା ବେଳେ ପରିବାର ଏବେ ବେସାହାରା ହୋଇ ପଡିଛି। ଆଜି କମ୍ପାନି ଏକ ଆମ୍ବୁଲେନସ ଯୋଗେ ଶବକୁ ଆଣି ଗାଁ ରେ ପହଞ୍ଚିଥବା ବେଳେ ମୁଷାପାଲି ସରପଞ୍ଚ ହରିଶ୍ଚନ୍ଦ୍ର
ଯୋଜନାରୁ ଶବ ଶତ୍କାର କରିବା ପାଇଁଁ ଆର୍ଥିକ ସହଯୋଗ ଦେଇଥିଲେ।