ନୂଆପଡା ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ବାରା ଖରିଆର ରୋଡ ଠାରେ ଉଦ୍ୟୋଗୀ ସପ୍ତାହ ପାଳନ 

ନୂଆପଡା,୬/୩ : ଆଜି ସ୍ଥାନୀୟ ଖରିଆର ରୋଡ ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ର ଠାରେ ଉଦ୍ୟୋଗୀ ସପ୍ତାହ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ନୂଆପଡା କୋଷାଗାର ଅଧିକାରୀ ସଂଗ୍ରାମ କେଶରୀ ସାମନ୍ତରାୟ ମୁଖ୍ୟ ଅତିଥି ଓ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଳ୍ପା କେନ୍ଦ୍ରର ଜେନେରାଲ ମେନେଜର ତ୍ରିଲୋଚନ କର ସଭାପତିତ୍ୱ କରି ଥିବାବେଳେ ଖରିଆର ରୋଡ ପଞ୍ଜାବ ନେସନାଲ ବ୍ୟାଙ୍କ ର ବ୍ରାଞ୍ଚ ମେନେଜର ନିମାଇ ଟୁଡୁ, ଲିଡ଼ ବ୍ୟାଙ୍କରୁ ଅଭୟ ଯୋଶୀ, ମହୁ ଚାଷ ବିଶେଷଜ୍ଞ ତଥା ପରାମର୍ଶଦାତା ଇଶ୍ୱର ଚନ୍ଦ୍ର ପରିଡା ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।

କାର୍ଯ୍ୟକ୍ରମରେ ନୂଆପଡା ଓ ଖରିଆର ରୋଡ ନଗରରୁ ଅନେକ ମହିଳା ଯୋଗଦେଇ ଥିଲେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସାମନ୍ତରାୟ ନିଜ ବକ୍ତବ୍ୟରେ କହିଲେ ଯେ ବେକାର ଯୁବକ ଯୁବତୀ ମାନେ ନିଜର ଆର୍ଥିକ ମାନଦଣ୍ଡ ଏହି ଶିଳ୍ପ କେନ୍ଦ୍ର ସହାୟତା ଦ୍ୱାରା ସୁଦୃଢ କରି ପାରିବେ । ତାହା ପାଇଁ କେବଳ ଦୁଇଟି ବିଷୟ ଉପରେ ଗୁରୁତ୍ୱ ଦେବାକୁ ପଡିବ – ପ୍ରଥମ ଟି ହେଲା କଠିନ ପରିଶ୍ରମ ଓ ଦ୍ଵିତୀୟ ଟି ହେଲା ଦୃଢ଼ ଇଚ୍ଛା ଶକ୍ତି ।

କେଉଁ ବ୍ୟବସାୟ କରିଲେ ରୋଜଗାର ଭଲ ହେବ, ମାର୍କେଟ ରେ କେଉଁ ଜିନିଷ ର ଚାହିଁଦା ବେଶୀ ଅଛି, କିପରି ଭାବରେ ଶିଳ୍ପ ଉଦ୍ୟୋଗ ଦଆରମ୍ଭ କରିବେ, ପୁଞ୍ଜି ନିବେଶ ପାଇଁ କିପରି ଭାବରେ ପୁଞ୍ଜି ଆଣିବେ, କିପରି ଭାବରେ ଉତ୍ପାଦ କୁ ବଜାରରେ ବିକ୍ରି କରିବେ ଏସବୁ କରିବା ପାଇଁ ଶିଳ୍ପ କେନ୍ଦ୍ର କ’ଣ କ’ଣ ସବୁ ସାହାଯ୍ୟ କରିବ ତାହା ବିସ୍ତୃତ ରୂପେ ବୁଝାଇ ଥିଲେ ।ପଛୁଆ ବର୍ଗ ଲୋକ, ମହିଳା, ଅନସୂଚିତ ଜାତି ଓ ଜନଜାତି ର ଲୋକମାନେ ଯଦି ଶିଳ୍ପ କେନ୍ଦ୍ର ଦ୍ୱାରା ବ୍ୟାଙ୍କ ରୁ ଋଣ ନେଇ ଠିକ ଭାବରେ ବ୍ୟବସାୟ କରି ଋଣ ସୁଝୁ ଛନ୍ତି ତାହେଲେ ତାଙ୍କୁ ଶତକଡା ୩୫ ଭାଗ ଋଣ ଛାଡ଼ କରି ଦିଆ ଯାଉଛି । ଅନେକ କ୍ଷୁଦ୍ର ବ୍ୟବସାୟୀ ଙ୍କୁ ସେ ଏ ସମ୍ବନ୍ଧେ ଅବଗତ କରାଇଲେ ।କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଳ୍ପ କେନ୍ଦ୍ର ର ଜୟନ୍ତ କୁମାର ନାୟକ ଜିଲ୍ଲା ଶିଳ୍ପ ବିକାଶ ଅଧିକାରୀ, ଚୈତନ୍ୟ ଶବର ଜିଲ୍ଲା ଶିଳ୍ପ କେନ୍ଦ୍ର ମୁଖ୍ୟ କିରାଣୀ, ସ୍ୱାଧୀନ କେତନ ମହାରଣା ଜିଲ୍ଲା ଶିଳ୍ପ କେନ୍ଦ୍ର ଷ୍ଟେନୋ ଓ ଅନ୍ୟାୟ କର୍ମଚାରୀ ଉପସ୍ଥିତ ଥିଲେ ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook 👇

http://facebook.com/odiabarta

Subscribe us on youtube 👇

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.