ଭୀମ ଭୋଇଙ୍କ କାଳଜୟୀ କବିତା ସାହିତ୍ୟ ଜଗତରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି

● ସନ୍ଥକବିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ

ସୋନପୁର,୭/୩ : ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସନ୍ଥକବି ଭୀମ ଭୋଇଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲାପାଳ ମଧୁସୂଦନ ମିଶ୍ର ଯୋଗଦେଇ ଭୀମଭୋଇଙ୍କ କାଳଜୟୀ କବିତା ଉପରେ ଆଲୋକପାତ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ରାୟଗଡା ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ.ଶ୍ୟାମ ଭୋଇ ଯୋଗଦେଇ ଭୀମଭୋଇଙ୍କ ସାହିତ୍ୟ କୃତୀ ଉପରେ ବିଷଦ ଆଲୋକପାତ କରିବା ସହ ସେହି ମହାନ ପୁରୁଷଙ୍କ କାଳଜୟୀ କବିତା ଆଜିବି ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାନଦୀ ସାହିତ୍ୟ ସଂସଦର ସଞ୍ଜିବ କୁମାର ନାୟକ, ବିଶିଷ୍ଟ ଶିକ୍ଷାବିତ ହର ପ୍ରସାଦ ରଥ, ପ୍ରକାଶ ବହିଦାର, ଗତିକୃଷ୍ଣ ମିଶ୍ର, ପ୍ରଭୁଦତ୍ତ ରଥ ପ୍ରମୁଖଙ୍କ ସହ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ, ଲେଖକ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ସୋନପୁରରୁ ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.