ମହିଳା ଦିବସ ଅବସରରେ ଅଧ୍ୟାପିକା ଡ଼ଃ ମମତା କୁମାରୀ ତ୍ରୀପାଠୀଙ୍କ ବାର୍ତ୍ତା

୧୦୮ତମ ମହିଳା ଦିବସ ଅବସରରେ ସମସ୍ତ ମହିଳାଙ୍କୁ ହାର୍ଦ୍ଧିକ ଅଭିନନ୍ଦନ । ୧୯୦୮ ମସିହାରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସର ବୀଜ ବପନ ହୋଇଥିଲା । ଭାରତୀୟ ସଂସ୍କୃତିରେ ମଧ୍ୟ ନାରୀକୁ ବହୁତ ସମ୍ମାନ ଦିଆଯାଉଥିଲା ।
“ଯତ୍ର ନାର୍ଯ୍ୟସ୍ତୁ ପୂଜତେ ,ରମ୍ୟତେ ତତ୍ର ଦେବତା ।”
ଅର୍ଥାତ – ନାରୀମାନଙ୍କୁ ଯୋଉଠି ସମ୍ମାନ ଦିଆଯାଏ, ସେଠାରେ ଦେବତାମାନେ ଆତଯାତ ହୁଅନ୍ତି । ନାରୀ ଆଜି ଘରକୋଣେ ଓଢଣା ପ୍ରଥା ରେ ନାହିଁ, ସେ ପୁରୁଷ ସହ ସମତୁଲ ହେବାକୁ ଚେଷ୍ଠା କରୁଛି । ତଥାପି ଆଜିର ପୁରୁଷ ପ୍ରଧାନ ସମାଜ ତାକୁ ଆଗକୁ ଯିବାରେ ସମର୍ଥନ କରୁନାହିଁ । ନାରୀ ଜନନୀ, ଭଗିନୀ ଜାୟାର ରୂପ ନେଇ ସଂସାର ପ୍ରଗତିରେ ସହାୟକ ହେଉଛି । ତେଣୁ ପ୍ରତ୍ୟେକ ମହିଳାଙ୍କୁ ସମ୍ମାନ ଦେବା ପରିପ୍ରେକ୍ଷୀରେ ସାରା ବିଶ୍ୱରେ ଜାତିଧର୍ମ ବର୍ଣ୍ଡ. ରାଜନୀତି, ସାଂସୃତିକ ଭେଦଭାବ ଛାଡ଼ି ଏହି ଦିବସଟିକୁ ପାଳନ କରାଯାଇଥାଏ । ସ୍ତ୍ରୀର ସ୍ନେହ ପ୍ରେମ, ମାତୃତ୍ୱ ସହିତ ଶକ୍ତି ସଂପନ୍ନ ନାରୀର ମୂର୍ତ୍ତି ବର୍ତ୍ତମାନ ଯୁଗରେ ସାମ୍ନାକୁ ଆସୁଛି । ଏହି ଦିବସ ପାଳନ ଅନ୍ତରାଳରେ ରହିଛି ମହିଳାମାନଙ୍କୁ ତାଙ୍କର କ୍ଷମତା, ସାମାଜିକ, ରାଜନୈତିକ, ଓ ଆର୍ଥିକ ଉନ୍ନତି ଦେବା । । ଏକବିଂଶ ଶତବ୍ଦୀର ନାରୀ ନିଜ ଶକ୍ତିକୁ ଆଜି ଚିହ୍ନି ପାରିଛି ତେଣୁ ଏହି ଦିବସଟିକୁ ସମସ୍ତ ବିକାଶଶୀଳ ରାଷ୍ଟ୍ରରେ ପାଳନ କରାଯାଉଛି ।

ଅଧ୍ୟାପିକା,ଓଡ଼ିଆ ବିଭାଗ
ମ.ରାମପୁର ମହାବିଦ୍ୟାଳୟ, କଳାହାଣ୍ଡି

For latest news & views update

Click on bell button and subscribe to notifications.

Like us on facebook 👇

http://facebook.com/odiabarta

Subscribe us on youtube 👇

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.