ଦେବୁ ପହରିଆ ର ଦୂଃଖ କାହାଣୀ

ନୂଆପଡା,୮/୩ : ନୂଆପଡା ଜିଲ୍ଲା ମୂଖ୍ୟାଳୟ ଠାରୁ ମାତ୍ର ୪ କିମି ଦୂର ଟାନୱାଟ୍ ପଞ୍ଚାୟତର ଝିଲମିଲା ଗାଁର ଦେବୁ ପହରିଆର ଘର । ଅସରନ୍ତି ଦୂଃଖ ଓ ବେଦନାର ପାହାଡ ବୋହି କଟୁଛି ଦିନ। ଘରେ ୧୨ ବର୍ଷର ପୁଅ ଭୋକଲାଲ । ବାପ ପୁଅ ରୁହନ୍ତି ଝାଟି ମାଟି କୁଡିଆରେ, ଆବାସ ଯୋଜନା ସାତ ସପନ । ଆହା ସାହା ହେବାକୁ କେହି ନାହିଁ । ଦୂଃଖ ସୁଖର ସାଥି ଧର୍ମପତ୍ନ ୪ ବର୍ଷ ତଳେ ଚାଲିଯାଇଛି ଅଫେରା ରାଇଜକୁ । ଦିନ ମଜୁରିଆ ଦେବୁ ୫୫ ବର୍ଷର ହୋଇଥିବାରୁ କାମ ଦାମ କରିବାକୁ କଷ୍ଟ ହେଉଛି, କିନ୍ତୁ ବିନା କାମରେ ଚୁଲି ଜଲେନାହିଁ । କେବେ କେବେ ଭୋକରେ ବିତି ଯାଏ ରାତି । ଭୂମି ହିନ ହୋଇଥିବାବେଳେ ଏହି ପହରିଆ ଆଦିବାସୀ ପରିବାରକୁ ମିଳିନାହିଁ ଘରଡିହ ପଟ୍ଟା । ସରକାରଙ୍କ ମିଛ ଡିଣ୍ଡିମର ଘୋଷନାଦ ସୁଣିପାରେ ଦେବୁ ହେଲେ କିଛି ବୁଝେ କିଛି ବୁଝିପାରେ ନାହିଁ । ତା’ପାଇଁ କେଉଁ ଯୋଜନା ଉଦ୍ଦିଷ୍ଟ, ଏଥିପାଇଁ କାହାକୁ ଗୁହାରୀ କରିବ ସେକଥା ବୁଝିପାରେନି ଏହି ସରଳ ଆଦିବାସୀ । ସକାଳ ହେଲେ ପେଟ ଚିନ୍ତାରେ ପର ପାଖରେ ମୂଲ ଲାଗିବା ଭଲ ତ ସେ ଭଲ । ବାକି ଏତିକି ବୁଝେଯେ ଭୋଟ ସମୟରେ ନେତା ଆସନ୍ତି ଇନ୍ଦିରା ଆବାସ ଯୋଜନାରେ ସାମିଲ କରିବେ, ଘରେ ବିଜୁଳି ଲାଗିବ, ତୁମ ଦୂଃଖ ଦୂର ହେବ ଏପରି ନାନା ପ୍ରତିଶୃତିର ପାହାଡ ଅଜାଡି ଦିଅନ୍ତି । ଭୋଟ ସରିଯାଏ କଥା ବଦଳିଯାଏ, ଫେର ନିର୍ବାଚନ ଆସେ ହେଲେ ଦେବୁ ପହରିଆର ଦୂଃଖ କମିବା ପରିବର୍ତ୍ତେ ବଢିବାରେ ଲାଗେ । ଘରକୁ ବିଜୁଳି ସଂଯୋଗ ହୋଇପାରି ନଥିବାରୁ ପଞ୍ଚମ ଶ୍ରେଣୀରେ ପଢୁଥିବା ପୁଅ ରାତିରେ ପଢି ପଢି ପାରେନାହିଁ । ଅନିଶ୍ଚିତ ଭବିଷ୍ୟତ, ପେଟର ଭୋକ, ଜନ ପ୍ରତିନିଧି ମାନଙ୍କ ଅବିଚାର ଓ ସରକାରଙ୍କ ଆଦିବାସୀ ପ୍ରେମ(!)ର ଜ୍ଜଳନ୍ତ ଉଦାହରଣ ହୋଇ ରହିଯାଇଛି ଦେବୁ ପହରିଅା । ତା’ର ଦୟନିୟ ପରିସ୍ଥିତି ଉପହାସ କରେ ସରକାରୀ ଯୋଜନାକୁ । ଆଦିବାସୀ ଓ ଗରୀବଙ୍କ ଉନ୍ନତି ପାଇଁ ମାଳ ମାଳ ଯୋଜନା ଭିତରେ ପେସି ହୋଇଯାଏ ଦେବୁ ପହରିଆ ପରି ନିରୀହ ଆଦିବାସୀର କଥା । ମାଟି କାମୁଡି ପଡିରହେ ଆଦିବାସୀ । ସତେ ଅବା ଅବହେଳିତ ହୋଇ ରହିବାପାଇଁ ତା’ର ଜନ୍ମ । ଏଇତ ଜୀବନ । ପ୍ରଶାସନ ଓ ଜନ ପ୍ରତିନିଧି ଏହି ପହରିଆ ଆଦିବାସୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook 👇

http://facebook.com/odiabarta

Subscribe us on youtube 👇

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.