ସୁନୀଲ ଧଙ୍ଗଡାମାଝୀଙ୍କ ସିଧା କଥା

କଳାହାଣ୍ଡି ରାଜନୀତି 

ତ ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାୱାରେ ନିର୍ବାଚନୀ ବୈତରଣୀ ପାର ହୋଇଥିଲେ କଳାହାଣ୍ଡି ସାଂସଦ ତଥା ୫ ବିଧାୟକ । ଜନ ସାଧାରଣଙ୍କ ଆଶା ଭରସା ର କେନ୍ଦ୍ରବିନ୍ଦୁ ସାଜିଥିବା ଏହି ନେତା ମାନେ ଧୀରେ ଧୀରେ ଲୋକଙ୍କ ଠାରୁ ଦୂରେଇଗଲେ । ଦୂର୍ବଳ ସଂଗଠନର ସୂଯୋଗ ନେଇ ଗତ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡିର ୩୬ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେପି ୩୩ ଆସନରେ ବାଜିମାତ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଆସନ କବଜା କଲା। କଂଗ୍ରେସ ୨ ଓ ବିଜେଡି ଗୋଟିଏ ଆସନ ପାଇ ଲଜ୍ଜା ଜନକ ପରାଜୟ ସ୍ବିକାର କଲା । ଜିଲ୍ଲାରେ ବିଜେଡିର ପତିଆରା କମିଥିବାରୁ ବିଜେଡି ସୁପ୍ରିମୋ ପୁଷ୍ପେନ୍ଦ୍ର ସିଂଦେଓଙ୍କ ହାତରୁ ମନ୍ତ୍ରୀପଦ ଓ ଜୁନାଗଡ ବିଧାୟକଙ୍କ ପାଖରୁ ମୂଖପାତ୍ର ପଦ ଛଡେଇନେଲେ । ଏହାସହ ଜିଲ୍ଲା ବିଜେଡି ସଭାପତି ପରିବର୍ତନ କଲେ । ଏହା ପରେ ଦଳ ଭିତରେ ଶିତଳ ଯୁଦ୍ଧ ଆରମ୍ଭ ହେଲା । ବିଧାୟକ ଅନାମ ନାଏକ ଷ୍ଟିଙ୍ଗ ଅପରେସନରେ ଛନ୍ଦି ହେବା ଭବନୀପାଟଣାରେ ତାଙ୍କ ଜନପ୍ରିୟତା କମିବାକୁ ଲାଗିଲା ଏହି ସୂଯୋଗରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ କଂଗ୍ରେସରୁ ସିଧା ବିଜେଡିକୁ ଲମ୍ଫ ମାରିଲେ । ନର୍ଲା ବିଧାୟକ ଜିଲ୍ଲା ସଭାପତିଙ୍କୁ ସିଧା ବିରୋଧକରି ଅନେକ ସଭା ସମିତିକୁ ଆସିଲେନାହିଁ । ନର୍ଲାରେ ସଂଗଠନ ପ୍ରତି ଧ୍ୟାନ ନଦେବା ସହ ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହେଲେ ଧନେଶ୍ବର । ବଳଭଦ୍ରଙ୍କ ନିର୍ବାଚନ ମଣ୍ଡଳୀ ସମସ୍ୟାର ଚାରିଛକରେ ବନ୍ଧା ପଡିଛି । ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସଭାମଞ୍ଚ ଉପରୁ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜୀବନରେ ମାରିଦେବାର ଧମକ ଦେବା ଅଭିଯୋଗ କଳାହାଣ୍ଡି ସମେତ ରାଜ୍ୟ ରାଜନୀତିକୁ ଉଷ୍ଣ କରିଦେଲା । ଜୁନାଗଡ ବିଧାୟକଙ୍କ ଗିରଫ ଦାବୀରେ ଜିଲ୍ଲାର ୧୩ଟି ବ୍ଲକରେ ଯାଦବ ମାନେ ବିକ୍ଷୋଭ ପ୍ରଦର୍ଶନ କଲେ । ଏହାପରେ ଭବାନୀପାଟଣାର ଯାଦବ ସ୍ବାଭିମାନ ସମାବେଶରେ ୧୦ ହଜାର ଯାଦବ ଏକତ୍ରିତ ହୋଇ ସେମାନଙ୍କ ଶକ୍ତି ପ୍ରଦର୍ଶନ କଲେ । ମାନ୍ୟବର ମୂଖ୍ୟମନ୍ତ୍ରୀ ଜୁନାଗଡ ବିଧାୟକଙ୍କ ଉପରେ କିଛିବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଯାଦବ ମାନେ ତାତିକି ଅଛନ୍ତି । ଯଦି ଜୁନାଗଡ ବିଧାୟକଙ୍କୁ ଟିକଟ ପ୍ରଦାନ କରାଯାଏ ତେବେ ଜିଲ୍ଲାସାରା ବିଜେଡିକୁ ବିରୋଧ କରାଯିବ ବୋଲି ଯାଦବ ମାନେ ଚେତାବନୀ ଦେଇଛନ୍ତି । ଏହାର ପ୍ରଭାବ ୨୦୧୯ ନିର୍ବାଚନରେ ପଡିବ ବୋଲି ବୁଦ୍ଧିଜୀବି ମହଳରୁ ମତ ପ୍ରକାଶ ପାଉଛି । ବିଜେଡି ଯଦି ଏହି ସବୁ ବିବାଦିୟ ବିଧାୟକ ମାନଙ୍କୁ ଅପସରିତ କରି ନୂଆ ମୂହଁ , ଯୁବ ନେତୃତ୍ବ ତଥା ସ୍ଥାନୀୟ ପ୍ରାଥୀକୁ ଟିକଟ ଦେବ ତେବେ କଳାହାଣ୍ଡିରେ ବିଜେଡି ପୁଣିଥରେ ଭଲକରିବ ବୋଲି ସାଧାରଣରେ ଚର୍ଚା ଚାଲିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.