ଟିଟିଲାଗଡ ବିଧାନସସଭା ନିର୍ବାଚନ ମଣ୍ଡଳୀ, ମାଳ ମାଳ ଆଶାୟୀ

ଟିଟିଲାଗଡ,୯/୩ : ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ରାଜନୈତିକ ଦଳ ଆଗୁଆ ପ୍ରସ୍ତୁତି ଜାରି ରଖିଛନ୍ତି। ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସରେ ବଳ କଷାକଷି ଜୋର ଧରିଥିବାରୁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଓଡ଼ିଶା ବିଧାନସଭା ୬୯ ନମ୍ବର କ୍ଷେତ୍ର ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସଭା, ସମାବେଶ କରାଯାଉଛି । ୩ ପ୍ରମୁଖ ଦଳରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀମାନେ ଲବି ଚଳାଇଛନ୍ତି। ସବୁ ଦଳରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ଦଳ ପାଇଁ କଣ୍ଟା ସାଜିବ ବୋଲି ଚର୍ଚ୍ଚା ହେଉଛି। ବିଜେଡି ଓ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଓ ଅସ୍ଥିରତା ଲାଗି ରହିଥିବା ବେଳେ ବିଜେପିରେ ଅଧିକ ସଂଖ୍ୟାରେ ଆଶାୟୀ ଟିକେଟ ଦୌଡରେ ନିଜକୁ ସାମିଲ କରିଛନ୍ତି। ବିଜେପିରେ ସ୍ଥିତି ଏକପ୍ରକାର ସ୍ଥିର ଥିବା ଦଳ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ରହିଥିବା ସୂଚନା ମିଳୁଛି ।

୨୦୧୯ ସାଧାରଣ ନିର୍ବାଚନ ଲଢିବା ଲାଗି ବିଜେଡିରେ ଏକାଧିକ ଆଶାୟୀ ପ୍ରାର୍ଥୀ ନିଜ ସମର୍ଥକଙ୍କୁ ଧରି ସଭା, ସମାବେଶ ଜାରି ରଖିଛନ୍ତି। ଅନୁରୂପ ଭାବରେ ବିଜେପି ଓ କଂଗ୍ରେସ ମଧ୍ୟ ପଛରେ ପଡିନାହାନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗୋଷ୍ଟି କନ୍ଦଳରୁ ମୁକୁଳି ପାରୁନାହାନ୍ତି ବିଜେଡି ଓ କଂଗ୍ରେସ । ପରସ୍ପରର ପକ୍ଷଛେଦନ କରିବାକୁ ପଛଉ ନାହାନ୍ତି ନେତା । ତିକ୍ତତା ବଢି ବଢି ଯାଉଥିବାରୁ ଟିଟିଲାଗଡ ରାଜନୀତି ଭିନ୍ନ ମୋଡ ନେବାରେ ଲାଗିଛି । ଏସବୁ ଦଳର ଟାଣୁଆ ନେତା ଓ ଆଶାୟୀ ପ୍ରାର୍ଥୀଙ୍କୁ ନେଇ କର୍ମୀ ମହଲରେ ନାନା ଚର୍ଚ୍ଚା ହେଉଛି। ଆଶାୟୀମାନେ ଟିକେଟ ପାଇବାରୁ ବଞ୍ଚିତ ହେଲେ  ଦଳ ପାଇଁ ଭିନ୍ନ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି ବୋଲି ପୁରୁଖା ନେତାମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। 

ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଦଳମାନଙ୍କ ଗୋଷ୍ଠୀ କନ୍ଦଳ ପଦାରେ ପଢି ଦାଣ୍ଡରେ ଗଡିବାକୁ ଲାଗିଗଲାଣି । ନିର୍ବାଚନ ମଣ୍ଡଳୀରେ ଟିଟିଲାଗଡ, ସଇନ୍ତଲା,ଗୁଡଭେଲା ଏହି ତିନୋଟି ବ୍ଲକ ରହିଥିବା ବେଳେ ଏଠାରେ ମାଳ ମାଳ ନେତା ଅଛନ୍ତି କିନ୍ତୁ ଯେଉଁ ପରିମାଣର ବିକାଶ ହେବାକଥା ତାହା ହେଉନାହିଁ । ନିର୍ବାଚନ ମଣ୍ଡଳୀର ପ୍ରମୁଖ ତିନି ଦଳ ବିଜେଡି, ବିଜେପି, କଂଗ୍ରେସ ରେ ପୃଥକ୍ ପୃଥକ୍ ଗୋଷ୍ଠୀ ରାଜନୈତିକ ପାଣିପାଗ କୁ ଘାଣ୍ଟି ପକାଉଛନ୍ତି ।

ବିଜେଡିରେ ଶଙ୍ଖ ତିନି ଗୋଷ୍ଠୀ ହୋଇଥିବା ବେଳେ ଏଥର ଶଙ୍ଖନାଦ କମ୍ପିତ ହେବ ନା ନାହିଁ ସେନେଇ ସାଧାରଣର ଜନତାଙ୍କ ମଧ୍ୟରେ ବେଶ୍ ଆଲୋଚନାର ଶୀର୍ଷକ ହୋଇଥିବା ବେଳେ ଦଳ ପକ୍ଷରୁ ବିଧାନସଭା ଟିକଟ ଆଶାୟୀ ରେସ୍ ରେ ଥିବା ବିଧାୟିକା ଶ୍ରୀମତୀ ଟୁକୁନୀ ସାହୁଙ୍କୁ ଟିକଟ ମିଳିବ ନା ନାହିଁ ସେନେଇ ଚର୍ଚ୍ଚା ହେଉଥିବା ବେଳେ ମୂଖ୍ୟ ମନ୍ତ୍ରୀ ମହିଳା ମାନଙ୍କ ପାଇଁ ଏଥର ସଂରକ୍ଷଣ ବ୍ୟବସ୍ଥା ଲାଗୁକରିଥିବାରୁ ତାଙ୍କୁ ଟିକେଟ୍ ମିଳିବ ଓ ତାଙ୍କ ପାଞ୍ଚ ବର୍ଷ କାର୍ଯ୍ୟକାଳ ମଧ୍ୟରେ କରିଥିବା ବିକାଶ ମୂଳକ କାର୍ଯ୍ୟ କୁ ମୁଦ୍ଦା କରି ନିର୍ବାଚନୀ ବୈତରଣୀ ପାର୍ ହେବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ସେହିପରି ଦୀର୍ଘ ୧୮ବର୍ଷ ଧରି ଟିଟିଲାଗଡ ବିଜେଡି ବ୍ଲକ ସଭାପତି ଥିବାରୁ ଶ୍ରୀଯୁକ୍ତ ପିତାମ୍ବର ବଗର୍ତ୍ତୀ ମଧ୍ୟ ଟିକେଟ୍ ପାଇଁ ଆଶାୟୀ ଅଛନ୍ତି। ସେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଯାଦବ ମହାସଭା ର ପୂର୍ବତନ ସଭାପତି ଥିବାରୁ ତାଙ୍କୁ ଯଦି ଦଳ ଟିକେଟ୍ ପ୍ରଦାନ କରେ ତେବେ ସେ ନିଶ୍ଚିତ ଭାବରେ ବିଜେଡି ର ବିଜୟ ବାନା ଉଡେଇବେ ବୋଲି ତାଙ୍କ ସଂଗଠନର କର୍ମକର୍ତ୍ତା ତଥା ଯାଦବ ଭୋଟର୍ ମାନେ ଆଲୋଚନା କରୁଛନ୍ତି । ଅପରପକ୍ଷରେ ବରିଷ୍ଠ ବିଜେଡି ନେତା ଶ୍ରୀଯୁକ୍ତ ଭବାନୀ ପ୍ରସାଦ ହୋତା ମଧ୍ୟ ଟିକେଟ୍ ପାଇବା ନେଇ ଆଶା ବାନ୍ଧିଛନ୍ତି । ସେ ବିଜୁ ପଟ୍ଟନାୟକ ଙ୍କ ସମୟରୁ ଦଳ ସହିତ ସଂଶ୍ଲିଷ୍ଟ ଅଛନ୍ତି ଏବଂ ବର୍ତ୍ତମାନ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଥିବାରୁ ନିର୍ବାଚନ ମଣ୍ଡଳୀରେ ବେଶ ପରିଚିତ ତେଣୁ ତାଙ୍କୁ ଯଦି ଦଳ ସୁଯୋଗ ଦିଏ ତେବେ ସେ ବିଧାୟକ ହୋଇ ଦେଖେଇବେ ବୋଲି ସାଂସଦଙ୍କ ସଂଗଠକ ମାନେ ମତ ପ୍ରକାଶ କରନ୍ତି ।

ସେହିପରି ଭାରତୀୟ ଜନତା ପାର୍ଟି ରେ ମଧ୍ୟ ଗୋଟିଏ ଫୁଲ କୁ ଏକାଧିକ ଭମର ଅଛନ୍ତି । ଗତ ନିର୍ବାଚନରେ ପରାଜୟ ବରଣ କରିଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଠାକୁର ଏଥର ମଧ୍ୟ ଟିକେଟ୍ ପାଇବା ନେଇ ଆଶାବାଦି ଥିବା ବେଲେ ଏଥର ତାଙ୍କ ମୁଣ୍ଡରେ ବିଜୟ ମୁକୁଟ ଲାଗିବ ବୋଲି ତାଙ୍କ ସଂଗଠକ ମାନେ ମତ ପ୍ରକାଶ କରନ୍ତି । ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମୁକେଶ ଜୈନ, ଟିଟିଲାଗଡ ନଗର ସଭାପତି ଶ୍ରୀଯୁକ୍ତ ଚେରମେନ୍ ବାଗ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଦିଲିପ ଖର୍ସେଲ, ହୃଷିକେଶ ବେହେରା, ବିଜେପି ତଥା ଆର୍ ଏସ୍ ଏସ୍ ସଦସ୍ୟ ଲେମ୍ବୁପାଣି ପାଢୀ ତଥା ଓଡିଶା ସମବାୟ ବ୍ୟାଙ୍କ ର ନିର୍ଦ୍ଦେଶକ ଥିବା ଗୁଡଭେଲା ପଞ୍ଚାୟତ ସମିତି ଅଧ୍ୟକ ଶ୍ରୀଯୁକ୍ତ ଅଶୋକ ଦୋରା ପ୍ରମୁଖ ଟିକେଟ୍ ଆଶା ବାନ୍ଧି ରଖିଥିବା ବେଳେ ଶ୍ରୀଯୁକ୍ତ ଦୋରା ଙ୍କ ସଂଗଠନ ଏବେ ଭଲ ଥିବାରୁ ତାଙ୍କୁ ଟିକେଟ୍ ମିଳିଲେ ଓ ସେ ବ୍ଲକ ଅଧ୍ୟକ୍ଷ ରୁ ବିଧାୟକ ହୋଇ ଏହି ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଲ ଫୁଟେଇବେ ବୋଲି ତାଙ୍କ ସଂଗଠକ ମାନେ ଦମ୍ଭୋକ୍ତି ପ୍ରକାଶ କରନ୍ତି। ତେବେ ପଦ୍ମ ମୁଖିଆ କାହା ଉପରେ ଭରସା କଲେ ବିଜୟ ସୁନିଶ୍ଚିତ ହେବ ତାହା ବର୍ତମାନ ବିଜେପି ପାଇଁ ଚିନ୍ତାର ବିଷୟ ହୋଇଛି ।

କଂଗ୍ରେସ ଦଳରେ ମଧ୍ୟ ସମାନ ସ୍ଥିତି ଥିବା ବେଲେ ଦଳର ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ସୁରେନ୍ଦ୍ର ସିଂ ଟିକେଟ ରେସ୍ ରେ ଆଗରେ ଥିବା ବେଳେ ଦଳ ଯଦି ତାଙ୍କୁ ପୁଣିଥରେ ତାଙ୍କ ମୁଣ୍ଡରେ ହାତ ରଖେ ତେବେ ସେ ୨୦୦୯ ରେ ଚାରିଥର ବିଧାୟକ ଥିବା ଶ୍ରୀଯୁକ୍ତ ଯୋଗେନ୍ଦ୍ର ବେହେରା କୁ ଯେଉଁପରି ପରାଜୟ ର ସ୍ବାଦ ଚଖାଇ ବିଜେଡି ଗଡ ରେ କଂଗ୍ରେସ କୁ ପ୍ରବେଶ କରାଇ ବିଜୟ ବାନା ଉଡେଇଥିଲେ, ସେହିପରି ପୁଣିଥରେ ବିଜୟୀ ହେବେ ବୋଲି ତାଙ୍କ ସଂଗଠକ ମାନେ କହନ୍ତି । କିନ୍ତୁ ନରସିଂହ ମିଶ୍ରଙ୍କ ଗୋଷ୍ଠୀ ସହିତ ସୁସମ୍ପର୍କ ରଖିଥିବା ଟିକେଟ୍ ଆଶାୟୀ ଆଇନଜୀବୀ କିଶୋର ଚନ୍ଦ୍ର ପଣ୍ଡା ଙ୍କୁ ଦଳ ଟିକେଟ୍ ପ୍ରଦାନ କରେ ତେବେ ତେବେ ବିଧାୟକ ହୋଇ ଦେଖେଇବେ ବାଲି ମତ ସାଧାରଣରେ ମତ ପ୍ରକାଶ ପାଉଥିବା ବେଳେ ଦଳ ଯଦି ଯୁବ କଂଗ୍ରେସ ନେତା ତଥା ଟିକେଟ୍ ଆଶାୟୀ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ତଥା ଆଇନଜୀବୀ ଶ୍ରୀଯୁକ୍ତ ବିରେନ୍ଦ୍ର ବାଗଙ୍କୁ ଯୁବ ସଂଗଠକ ହିସାବରେ ବିଚାର କରି ଟିକେଟ୍ ପ୍ରଦାନ କରନ୍ତି ତେବେ ନିର୍ବାଚନ ମଣ୍ଡଳୀର ଯୁବବର୍ଗଙ୍କ ସହିତ ତାଙ୍କର ଭଳ ସମ୍ପର୍କ ଥିବାରୁ ବିଜୟୀ ହେବେ ବୋଲି କଂଗ୍ରେସ କର୍ମୀ ମାନଙ୍କ ଠାରୁ ଶୁଣିବାକୁ ମିଲୁଛି ।

କିନ୍ତୁ ସବୁଠାରୁ ବଡ କଥା ହେଲା ଯେଉଁ ଟିକେଟ୍ ଆଶାୟୀ ମାନେ ନିରାଶ ହେବେ ଆଗାମୀ ଦିନରେ ସେମାନଙ୍କର ଭୂମିକା କଣ ହେବ ତାହାକୁ ନେଇ ପ୍ରମୁଖ ତିନି ଦଳ ର କର୍ମକର୍ତ୍ତାମାନ ମଧ୍ୟରେ ଆଲୋଚନା ର ଶୀର୍ଷକ ହୋଇଛି । ତେବେ ଗତ ନିର୍ବାଚନ ରେ ସ୍ବାଧୀନ ପ୍ରାର୍ଥୀ ମାନଙ୍କ ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ତେବେ ଏଥର ମଧ୍ୟ ସ୍ବାଧୀନ ପ୍ରାର୍ଥୀ ମାନେ ରାଜନୈତିକ ପାଣିପାଗ କୁ ବିଗାଡି ପାରନ୍ତି ବୋଲି ରାଜନୈତିକ ସମିକ୍ଷକ ମାନେ ମତ ପ୍ରକାଶ କରୁଛନ୍ତି ।

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ Odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.