ରାୟଗଡ,୯/୩ : ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରର କ୍ଳବ ପଡିଆରେ ଜେକେପୁର ସ୍ପୋର୍ଟ୍ସ କ୍ଳବ ଆନୁକୂଲ୍ୟରେ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଜେକେପୁରର ମହିଳା ମଣ୍ଡଳର ସଦସ୍ୟମାନଙ୍କ ଦ୍ୱାରା ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ କାର୍ଯ୍ୟକ୍ରମକୁ ଜେକେ କାଗଜ କଳର କାର୍ଯ୍ୟ ନିର୍ବାହୀ ଉପସଭାପତି(କାର୍ମିକ) ପବନ କୁମାର ସୁରୀ ମୁଖ୍ୟ ଅତିଥି ଭାବେ ଭାବେ ଯୋଗ ଦେଇ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚକୁ ଉଦଘାଟନ କରିଥିଲେ ।
ଏହି ମ୍ୟାଚରେ ମହିଳା ମଣ୍ଡଳର ୨୮ଜଣ ସଦସ୍ୟ ଭାଗ ନେଇଥିଲେ । ସଂଧ୍ୟା ୬ଘଂଟା ଠାର ଏହା ଆରମ୍ଭ ହୋଇ ନୂତନ ଭାବ ଲଗାଯାଇଥିବା ପ୍ଲୋଂଡ ଲାଇଟ୍ ରେ ରାତ୍ର ୧୧ଘଂଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଉଜ୍ଜଳ ଆଲୁଅ ଖେଳ ତଥା ପଡିଆକୁ ଅଧିକ ସୁଶୋଭିତ କରିଥିଲା । ସେହିପରି ଏହି ମ୍ୟାଚରେ ଭାଗ ନେଇଥିବା ସମସ୍ତ ଖେଳାଳୀ ବୃନ୍ଦଙ୍କୁ ମହିଳା ମଣ୍ଡଳର ସଭାନେତ୍ରୀ ଶ୍ରୀମତି ବେଲା ସୁରୀ ପୁରସ୍କାର ପ୍ରଦାନ କରିଥିଲେ ।
ଜେକେକାଗଜ କଳର ବରିଷ୍ଠ କର୍ମଚାରୀ ବିଜୟ କୁମାର ଦ୍ୱିବେଦୀ, ଉପସଭାପତି(ଉତ୍ପାଦନ), ବିଶ୍ୱଜିତ୍ ଦ୍ୱିବେଦୀ, ଉପସଭାପତି(ବାଣିଜ୍ୟ), ସୁନନ୍ଦିତା ପାଣ୍ଡେ, ଜିଏମ (ଏଚଆର ଏଣ୍ଡ ଆଇଆର),ମୁନ୍ନା କୁମାର , ଜି.ଏମ.(ସଭିଲ) ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।