ସୁନା ଝିଅ ହେଲେନ : କନିଷ୍ଠ ଅନୁସନ୍ଧାନ ସହଯୋଗୀ ଭାବେ ରାଷ୍ଟ୍ରପତିଙ୍କ ଠାରୁ ପାଇଲେ ସ୍ବର୍ଣ୍ଣ ପଦକ

 

ଭୂବନେଶ୍ବର,୧୬/୧୧:

ଭାରତୀୟ କୃଷି ଗବେଷଣା କେନ୍ଦ୍ର ଦ୍ଵାରା ପରିଚାଳିତ ଡା. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ବ ବିଦ୍ୟାଳୟ (ପାଷା) ବିହାର ତରଫରୁ କନିଷ୍ଠ ଅନୁସନ୍ଧାନ ସହଯୋଗୀ ଭାବେ ହେଲେନ୍ ଜତି ପୁରସ୍କୃତ ହୋଇଛନ୍ତି ।  ନାଥପୁର ବରୀ ନିବାସୀ ଶ୍ରୀଯୁକ୍ତ ନିର୍ମଳ ଜତି ଓ ଶ୍ରୀମତୀ ଭାଗ୍ୟବତୀ ଜତି ଙ୍କ ଜ୍ୟଷ୍ଠା ହେଲେନ୍ ଏହି ବିଶ୍ବ ବିଦ୍ୟାଳୟରୁ କୃତକାର୍ଯ୍ଯ ହେବା ସହ ସ୍ବର୍ଣ୍ଣ ପଦକ ଲାଭ କରି ବରି ଅଞ୍ଚଳର ସୁନାମ ଆଣିପାରିଛନ୍ତି ।

ହେଲେନ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିଦ ଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି। ଯାଦବ ମହାସଭା ବରୀ ତଥା ଜିଲ୍ଲା ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ  ସୁନାଝିଅ ହେଲେନ୍ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.