ସୋନପୁର,୧୦/୩ : ରାସ୍ତା କଡରୁ ଉଦ୍ଧାର ଶିଶୁ ପୁତ୍ର ‘ଚୈତନ୍ୟ’ ଆଜି ସୁଦୁର କେରଳକୁ ଯାଇଛି । କେରଲର ତ୍ରିଭେନ୍ଦ୍ରମ୍ ସହରର ବିପିନ ରାଜ ଆର ଓ ବିଜିତା ଦମ୍ପତି “ଚୈତନ୍ୟ’କୁ ବିଧିବଦ୍ଧ ଭାବେ ପୈାଷ୍ୟପୁତ୍ର ଭାବେ ଗ୍ରହଣ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଆବାସିକା କାର୍ଯ୍ୟଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆବଶ୍ୟକ କାଗଜପତ୍ର ପରେ ଜିଲ୍ଲାପାଲ ମଧୁସୁଦନ ମିଶ୍ର ଆନୁଷ୍ଠାନିକ ଭାବେ କେରଲ ଦମ୍ପତିଙ୍କୁ ଏହି ଶିଶୁକୁ ହସ୍ତାନ୍ତର କରିଛନ୍ତି ।
ଏଠାରେ ସୁଚନା ଯୋଗ୍ୟ ଯେ୨୮ ନେଭମ୍ବର ୨୦୧୮ ରେ ମନମୁଣ୍ଡା ଥାନାର ମହୁଲବାହାଲି ଛକ ନିକଟରେ ରାସ୍ତାରେ କିଛିଲୋକ ଏକ ନବଜାତ ଶିଶୁକୁ ଅଳିଆ ଗଦାରେ ପଡିଥିବା ଦେଖି ଶିଶୁ ମଙ୍ଗଳ କମିଟି କୁ ଖବର ଦେବାସହ ମନମୁଣ୍ଡା ମେଡିକାଲରେ ଭର୍ତି କରିଥିଲେ । ତେବେ ଶିଶୁ ଟି ସୁସ୍ଥ ହେବାପରେ ଶିଶୁ ମଙ୍ଗଳ କମିଟି ଆଗରେ ଦାଖଲ କରାଯିବା ପରେ ବୈଦ୍ଧ ଓ ସୋନପୁର ଜିଲ୍ଲା ପାଇଁ ସୋନପୁର ଠାରେ ଥିବା ରାଜ୍ୟ ପୋଷ୍ୟ ପୁତ୍ର ସଂସ୍ଥାକୁ ହସ୍ତାନ୍ତର କରିଥିଲେ ।
ଆଜି ଏହି ଶିଶୁକୁ ହସ୍ତାନ୍ତର କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ହିମାଂଶୁ ଭୂଷଣ ନାୟକ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରି ଅଶୋକ ମିଶ୍ର, ଜିଲ୍ଲା ଶିଶୁ ସରକ୍ଷା ଅଧିକାରି ଚତୁର୍ଭୁଜ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଆଇନ ପରାମର୍ଶଦାତା କେଶବ ମେହେର , ରାଜ୍ୟ ପୋଷ୍ୟ ପୁତ୍ର ସଂସ୍ଥାର ଆଇନଜିବି ହେମନ୍ତ ସା, ପୋଷ୍ୟ ପୁତ୍ର ସଂସ୍ଥା ପରିଚାଳକ ମୃତ୍ୟୁଞ୍ଜୟ ଭୂଜବଳ, କାଉନସିଲର ତ୍ରିନାଥ ସାହୁ, ଆଇଆର ସାନ୍ତା ବାରିକ, ପ୍ରସାନ୍ତ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ ।