ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ପାଇଁ ବିଜ୍ଞାନର ପ୍ରୟୋଗ ନିତାନ୍ତ ଆବଶ୍ୟକ

ଜୟ ଦୂର୍ଗା ହାଇସ୍କୁଲ,ନର୍ଲାରୋଡ ଠାରେ ଶିଶୁ ବିଜ୍ଞାନମେଳା

କଳାହାଣ୍ଡି,୧୦/୩ : ଭାରତ ସରକାରଙ୍କ ପ୍ରଯୁକ୍ତି ବିଦ୍ୟା ବିଭାଗ, ବିଜ୍ଞାନ ପ୍ରସାର,ନୂଆଦିଲ୍ଲୀ ଓ ଭାରତ ଜ୍ଞାନ ବିଜ୍ଞାନ ସମିତି,ଓଡିଶା ର ମିଳିତ ଉଦ୍ୟମରେ ନର୍ଲା ବ୍ଲକ ସ୍ଥିତ ଜୟଦୂର୍ଗା ଉଚ୍ଚ ବିଦ୍ୟାଳୟ, ନର୍ଲାରୋଡ ଠାରେ ୨ ଦିନଧରି ଚାଲିଥିବା ଶିଶୁ ବିଜ୍ଞାନ ମେଳା ଅାଜି ଉଦ୍ୟାପିତ ହୋଇଯାଇଛି । ଏହି ମେଳାରେ ବିଭିନ୍ନ ବିଦ୍ୟାଳୟର ୧୧୦ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରକଳ୍ପରେ ଭାଗ ନେଇଥିଲେ ।

ବିଦ୍ୟାଳୟରେ ପ୍ରଦାନ କରାଯାଉ ଥିବା ବିଜ୍ଞାନ ଶିକ୍ଷାକୁ ପ୍ରୟୋଗାତ୍ମକ କରିବା ସହ ବୈଜ୍ଞାନିକ ଦୃଷ୍ଟି କୋଣର ପ୍ରଚାର ପ୍ରସାର କରିବା ଏହି ମେଳା ର ମୂଳ ଲକ୍ଷ୍ୟ ବୋଲି ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ଭୋଇ ଓ ସମ୍ମାନିତ ଅତିଥି ଭାବେ ଯୋଗେନ୍ଦ୍ର ନାଥ ଜେନା ଯୋଗ ଦେଇ ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ପାଇଁ ବିଜ୍ଞାନର ପ୍ରୟୋଗ ନିତାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ସାଧନ କର୍ମୀ ରୂପେ କେସିଙ୍ଗା ସରକାରୀ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସମୀର କୁମାର ବେହେରା ଓ ତଳବେଲଗାଁ ଉଚ୍ଚ ବିଦ୍ୟାଳୟର  ବିଜ୍ଞାନ ଶିକ୍ଷକ ବିରେନ୍ଦ୍ର ଆଚାର୍ଯ୍ୟ ଯୋଗଦାନକରି ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଜୀବ ବିଜ୍ଞାନ, ଓ ଗଣିତ ଆଦି ବିଷୟର ପ୍ରୟୋଗ ଶିକ୍ଷାର୍ଥୀ ମାନଙ୍କ ଦ୍ବାରା କରାଇଥିଲେ । କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କ ଉଦ୍ୟମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସହ ବିଜ୍ଞାନକୁ ନିକଟରୁ ଅନୁଭବ କରିବାର ପ୍ରୟୋଗାତ୍ମକ ଜ୍ଞାନ ପ୍ରଦାନ କରାଯାଇଥାଏ । ଏହା ସହ ବର୍ଷ ସାରା ବିଭିନ୍ନ ପ୍ରକାର ଜ୍ଞାନ, ବିଜ୍ଞାନ ମେଳା ଓ ସଚେତନତା ସୃଷ୍ଟିକାରୀ କାର୍ଯ୍ୟକ୍ରମ ସବୁ ଲାଗିରହିଥାଏ । ଏହି କାର୍ଯ୍ୟକ୍ରମ ସବୁ ମାଧ୍ୟମରେ ଶିକ୍ଷାର୍ଥୀ ମାନେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ପରିପକ୍ବ ହୋଇ ପରବର୍ତ୍ତି ସମୟରେ ସେମାନଙ୍କ ଜୀବନ ଜାତ୍ରାକୁ ସୁଗମ କରିପାରିଥାନ୍ତି ।

For latest news & views update

Click on bell button and subscribe to notifications.

Like us on facebook 👇

http://facebook.com/odiabarta

Subscribe us on youtube 👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.