ବାଜିଲା ନିର୍ବାଚନୀ ବିଗୁଲ୍ : ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ, ମଇ ୨୩ରେ ଫଳାଫଳ ଘୋଷଣା

ନୂଆଦିଲ୍ଲୀ,୧୦/୩ : ଆଜି ସଂଦ୍ଧ୍ୟା ୫ଟାରେ ବିଜ୍ଞାନ ଭବନ ଠାରେ ମୁଖ୍ୟ ନିର୍ବାଚନ କମିସନ ସୁନିଲ ଅରୋରା ସାମ୍ବାଦିକ ସମ୍ମିଳନୀରେ ସପ୍ତଦଶ ଲୋକସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏହା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।

ମୂଖ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟରେ ୯୧ ଲୋକସଭା ଆସନ ୨୦ ରାଜ୍ୟ । ଦ୍ୱିତୀୟ ପର୍ଯ୍ୟାୟରେ ୯୭ ଲୋକସଭା ଆସନ ୧୩ ରାଜ୍ୟ । ତୃତୀୟ ପର୍ଯ୍ୟାୟରେ ୧୧୫ ଲୋକସଭା ଆସନ ୧୪ ରାଜ୍ୟ । ଚତୁର୍ଥ ପର୍ଯ୍ୟାୟରେ ୭୧ ଲୋକସଭା ଆସନ ୯ ରାଜ୍ୟ । ପଞ୍ଚମ ପର୍ଯ୍ୟାୟରେ ୫୧ ଲୋକସଭା ଆସନ ୭ ରାଜ୍ୟ । ଷଷ୍ଠ ପର୍ଯ୍ୟାୟରେ ୫୯ ଲୋକସଭା ଆସନ ୭ ରାଜ୍ୟ । ସପ୍ତମ ପର୍ଯ୍ୟାୟରେ ୫୯ ଲୋକସଭା ଆସନ ୮ ରାଜ୍ୟ ।

ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୧, ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୮, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩, ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ ୨୯, ପଞ୍ଚମ ପର୍ଯ୍ୟାୟ ମଇ ୬, ଷଷ୍ଠ ପର୍ଯ୍ୟାୟ ମଇ ୧୨ ଓ ସପ୍ତମ ପର୍ଯ୍ୟାୟ ମଇ ୧୯ରେ ମତଦାନ ହେବ। ମଇ ମାସ ୨୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ ।

ଓଡିଶାରେ ୪ଟି ପର୍ଯ୍ୟାୟରେ ମତଦାନ

ଓଡ଼ିଶାରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ହେବ । ରାଜ୍ୟର ୨୧ଟି ଲୋକସଭା ଆସନ ଏବଂ ୧୪୭ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୧୧, ୧୮, ୨୩ ଓ ୨୯ରେ ମତଦାନ ହେବ। ଏପ୍ରିଲ ୧୧ରେ ୪ଟି, ୧୮ରେ ୫ଟି, ୨୩ରେ ୬ଟି ଓ ୨୯ରେ ୬ଟି  ଲେୋକସଭା ଆସନ ଲାଗି  ମତଦାନ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.