ପେଟ୍ରୋଲ ପମ୍ପରେ ଧାରଣା (Visual News)

ବଲାଂଗିର/ସଇଁତଲା,୧୧/୩ : ସଇଁତଲା ନିକଟସ୍ଥ ମହଗାଁ ଅଞ୍ଜନେୟ ପେଟ୍ରେଲ ପମ୍ପ ସମ୍ମୁଖରେ ସ୍ଥାନୀୟ ଜନତା ଧାରଣା ଦେବାସହ ହୋହାଲ୍ଲା କରିଛନ୍ତି ।
ଘଟଣାରୁ ପ୍ରକାଶଯେ, ୯ ମାର୍ଚ ରାତିରେ ୪ ଜଣ ଦୁବୃତ୍ତ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିଥିଲେ । ଏହି ସମୟରେ ରାତ୍ରୀ ଜଗୁଆଳୀ ଉଦୟ ନାଗ ଝଗଡା ନକରିବାକୁ କହିବାରୁ ତାଙ୍କୁ ଛୁରାମାଡ କରି ଚାଲିଯାଇଥିଲେ । ଆହତ ଜଗୁଆଳୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାରକରି ଡାକ୍ତରଖାନାକୁ ନେଇଯାଇଥିଲେ ।
ଦୁବୃତ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା । ଆହତ ଜଗୁଆଳୀଙ୍କୁ କ୍ଷତିପୁରଣ ପ୍ରଦାନ ସହ ଦରମା ବଢାଇବା ଓ ସୁରକ୍ଷା ବ୍ୟବସ୍ଥା ସହ କର୍ମଚାରୀ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଆଦି ପ୍ରମୂଖ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଜନତା ।
ତେବେ ଗୁରୁତ୍ବପୂର୍ଣ୍ଣ କଥାହେଲା ସରକାରଙ୍କ ସବୁ ନିୟମ କାନୁନକୁ ଆଖିଠାର ମାରି ଅତିକମ ଦରମାରେ କର୍ମଚାରୀଙ୍କୁ ଖଟାଉଛନ୍ତି ପେଟ୍ରୋଲ ପମ୍ପ ମାଲିକ । ଏଥିପ୍ରତି କାହାର ନିଘା ନାହିଁ ।

ବଲାଂଗିର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ଯୋଶୀ ଙ୍କ ସହ ସଇଁତଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟଙ୍କ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.