ନୂଆପଡା,୧୧/୩: ବିଜେପିର ବିଜୟ ସଂକଳ୍ପ ଅଭିଯାନର ଅବ୍ୟବହିତା ପୂର୍ବରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ନୂଆପଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯାନର ଲକ୍ଷ ଓ ଉଦ୍ଦେଷ୍ୟ ଉପରେ ବିଷଦ ଭାବେ ଆଲୋକପାତ କରିଛନ୍ତି । ମୋଦୀ ସରକାରଙ୍କ ସଫଳତା ଓ ନବୀନ ସରକାରର ବିଫଳତା ଲୋକଙ୍କ ପାଖରେ ପହଞ୍ଚାଇବ ବିଜେପି । ନୂଆପଡା ବିଜେପି କାର୍ଯ୍ୟାଳୟ ଠାରେ ରାଜ୍ୟ ବିଜେପି ସଭାପତି ତଥା ନୂଆପଡା ବିଧାୟକ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡାଙ୍କ ଦ୍ୱାରା ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ଗୋଲ୍ଡି ଅଗ୍ରୱାଲ, ରାଜ୍ୟ ଏସ.ସି ମୋର୍ଚ୍ଚା ଉପ ସଭାପତି ମନିଜର ଆର୍ଯ୍ୟ, ଅଭିନନ୍ଦନ ପଣ୍ଡା, ସୋମ ପଣ୍ଡା, ଅଭିଷେକ ପଣ୍ଡା ଓ ନୂତନ ଭାବେ ବିଜେପି ରେ ଯୋଡି ହୋଇ ଥିବା ପ୍ରସନ୍ନ କୁମାର ପଢି ଓ ରାଜା ଖରିଆରରୁ ଦେବ ଦେବ ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସମ୍ମିଳନୀ ରେ ଶ୍ରୀଯୁକ୍ତ ପଣ୍ଡା ବିଜେପି ପ୍ରକାଶ କରିଛନ୍ତି ଯେ, ଆଗାମୀ ଦିନ ରେ “ବିଜୟ ସଂକଳ୍ପ ଅଭିଯାନ ” ରାଜ୍ୟ ବ୍ୟାପି ଆୟୋଜିତ ହେବ । ଯେଉଁଥିରେ ବିଜେପି ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ସକ୍ରିୟ କରାଯିବା । ଗାଁ ଗାଁ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯୋଜନା ଗୁଡିକୁ ଉପସ୍ଥାପନା କରାଯିବ। ୬ ହଜାରରୁ ଉର୍ଦ୍ଧ ଶକ୍ତି କେନ୍ଦ୍ର ରେ ଏହି ଅଭିଯାନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ସରକାର (ବିଜେଡି ) କିଭଳି ଭାବରେ ଚକ୍ରାନ୍ତ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ ତୃତୀୟ ମହଲା ରୁ ଇଂଗିତ କରାଇ ଅଫିସର ରାଜ ଚଳାଉଛି ଓ ଯୋଜନା ଗୁଡିକୁ ସଫଳ କରାଇ ଦେଉ ନାହିଁ ତାଉପରେ ଜନସାଧାରଣ ଙ୍କୁ ସଚେତନ କରାଇବାର କାର୍ଯ୍ୟକ୍ରମ ରହିଛି । ଆଗକୁ ଶ୍ରୀଯୁକ୍ତ ପଣ୍ଡା କହିଲେ କି ଆଜି ମଧ୍ୟ କେତେକ ଗାଁ ରେ ବିଜୁଳିର ବ୍ୟବସ୍ଥା ନାହିଁ, ପାନୀୟ ଜଳ ର ବ୍ୟବସ୍ଥା ନାହିଁ, ବିଦ୍ୟାଳୟ ଥିଲେ ଶିକ୍ଷକ ନାହାନ୍ତି ତ ଅନ୍ୟ କେଉଁଠି ଶିକ୍ଷକ ଥିଲେ ବିଦ୍ୟାଳୟ ନାହିଁ, ଡାକ୍ତରଖାନା ରେ ଡାକ୍ତର ନାହାନ୍ତି, ମହିଳା ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ସେଥିପାଇଁ ରାଜ୍ୟ ସରକାର ବଦଳିବାର ଦରକାର ଓ ଫିର ଏକ ବାର ମୋଦି ସରକାର ହେବା ଦରକାର । ଓଡିଶା ରେ ମିଶନ ୧୨୦ ନିଶ୍ଚିତ ଭାବରେ ସଫଳ ହେବାର ଆଶା ରଖି ଏହି ବିଜୟ ସଂକଳ୍ପ ଅଭିଯାନ ରାଜ୍ୟ ବ୍ୟାପି ଆୟୋଜିତ କରାଯିବ ବୋଲି ଶ୍ରୀଯୁକ୍ତ ପଣ୍ଡା ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚିତ କରିଛନ୍ତି ।