ନୂଆପଡା ଜିଲ୍ଲା ବିଜେଡି ଆଇଟି ସେଲ ସଂଯୋଜକ ହେଲେ ସେହବାଜ ଓ ଇମ୍ରାନ

ନୂଆପଡା,୧୧/୩ : ବିଜେଡି ସୁପ୍ରିମୋ ତଥା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଆଭିମୁଖ୍ୟ, ବାର୍ତା, ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ର ତ୍ୱରିତ ସୂଚନା ନିମନ୍ତେ ବିଜେଡି ଆଇଟି (ଇନଫର୍ମେଶନ ଟେକ୍ନୋଲୋଜି) ଶାଖା ଗଠନ କରିଛନ୍ତି । ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ଆଇ.ଟି ସେଲ ର ମୁଖ୍ୟ ଡଃ ଅମର ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଯୁବ ବିଜେଡି ର ପ୍ରତେକ ଜିଲ୍ଲାର ଦୁଇ ଜଣଙ୍କୁ ଜିଲ୍ଲା ସଂଯୋଜକ ଭାବେ ମନୋନୀତ କରାଯାଇଛି । ନୂଆପଡା ଜିଲ୍ଲା ଆଇ.ଟି ସେଲର ସଂଯୋଜକ ଭାବେ ମହମ୍ମଦ ଇମ୍ରାନ ଓ ସେହଵାଜ ହୁସେନ ଙ୍କୁ ମନୋନୀତ କରାଯାଇଛି । ଏହି ପରିପେକ୍ଷି ରେ ଇମ୍ରାନ ଓ ସେହଵାଜ ହୁସେନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ରାଜ୍ୟ ଆଇ.ଟି ସେଲ ର ମୁଖ୍ୟ ଡଃ ଅମର ପଟ୍ଟନାୟକ, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରି, ବିଜେଡି ରାଜ୍ୟ ସମ୍ପାଦକ ସରୋଜ ସାହୁ, ନୂଆପଡା ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର ଢୋଲକିଆ, ନୂଆପଡା ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ରାଜେଶ ନିଗମ, କୋମନା ବ୍ଲକ ଚେୟାରମେନ ଶ୍ରୀ ମନୋଜ ମିଶ୍ର ଓ ଜିଲ୍ଲା ବିଜୁ ଜନତା ଦଳ ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.