ନୂଆପଡା,୧୧/୩ : ସାହୁ ସମାଜର ଅଧୀଷ୍ଠାତ୍ରୀ କୂଳଦେବୀ ମାତା କରମାଁ ଓ ମାତା ରାଜିମ୍ । ଆଜି ମାତା ରାଜିମ୍ ଙ୍କ ଜୟନ୍ତୀ ଉପଳକ୍ଷେ ନୂଆପଡା ସାହୁ ସମାଜ ପକ୍ଷରୁ ଏକ ବିଶାଳ ସମ୍ମେଳନର ଆୟୋଜନ କରାଯାଇଥିଲା ।
ଏହି ସମାବେଶରେ ମୂଖ୍ୟ ଅତିଥି ଭାବେ ଛତିସଗଡ ଗୃହମନ୍ତ୍ରୀ ମାନ୍ୟବର ତାମ୍ରଧ୍ବଜ ସାହୁ ଯୋଗଦେଇ ସାହୁ ସମାଜର ବିଭିନ୍ନ ଦିଗ ଉପରେ ଆଳୋକପାତ କରିବା ସହ ଉପସ୍ଥିତ ଜାତି ଭାଇ ମାନଙ୍କୁ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ ।
ସମାବେଶରେ କଂଗ୍ରେସ ର ଜାତୀୟ ସମ୍ପାଦକ ତଥା ଓଡିଶା ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ, ରାଜ୍ୟ ବିଜେପି ସଭାପତି ତଥା ନୂଆପଡା ବିଧାୟକ ବସନ୍ତ କୁମାର ପଣ୍ଡା,ବରିଷ୍ଠ ରାଜନେତା ପ୍ରସନ୍ନ କୁମାର ପାଢ଼ୀ, ହୋମସିଂ ମାଝୀ, କଂଗ୍ରସ ର ନୂଆପଡା ଜିଲ୍ଲା ସଭାପତି ଘାସିରାମ ମାଝୀ, ଓଡିଶା କଂଗ୍ରେସ ର ରାଜ୍ୟ ସମ୍ପାଦକ ଅଧିରାଜ ପାଣିଗ୍ରାହୀ, ନୂଆପଡା ବିଜେଡି ସଭାପତି ରାଜେନ୍ଦ୍ର ଢୋଲକିଆ, ରାଜ୍ୟ ସମ୍ପାଦକ ସରୋଜ ସାହୁ, କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ନୂଆପଡା ବ୍ଲକ ଅଧ୍ୟକ୍ଷ ତରେଶ୍ୱରୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ । ଜିଲ୍ଲା ସାହୁ ସମାଜ ପକ୍ଷରୁ ଉପସଭାପତି ଚିନ୍ନିଲାଲ ସାହୁ, ସାଧାରଣ ସମ୍ପାଦକ ଧନୀରାମ ସାହୁ,ଦେବେନ ସାହୁ, ଯୁବ ସଭାପତି ରୋହିତ ସାହୁ, ହିତେଶ ସାହୁ, ପିଣ୍ଟୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସାହୁ ସମାଜର ହଜାର ହଜାର ମହିଳା ଓ ପୁରୁଷ ଯୋଗ ଦେଇ ସମାବେଶକୁ ସଫଳ କରିଥିଲେ ।
ନୂଆପଡାରୁ ମହେନ୍ଦ୍ର କୁମାର ବାଗଙ୍କ ରିପୋର୍ଟ odiabarta.in