ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ କପ ଉଦଘାଟିତ

କଳାହାଣ୍ଡି,୧୨/୩ : ଧର୍ମଗଡ ବ୍ଲକ ଅଧିନସ୍ଥ ଧଅଁରପୁର ଗ୍ରାମପଞ୍ଚାୟତ ଠାରେ ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ କପ ଉଦ୍ଘାଟିତ ହୋଇଯାଇଛି । ଗ୍ରାମ ପୁଝାରୀ ଓ ଗୌନ୍ତିଆ ଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବ୍ଲକ ଅଧ୍ୟକ୍ଷ ବଲରାମ ପୁଝାରୀ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରସାନ୍ତ ତିୱାରି ସରପଞ୍ଚ ଜଗଶ୍ୟାମ ଯୁଏଡଙ୍କ ସହ ଧୃବଚରଣ ସେଠିଆ , ଅଶୋକ ବାଗ , ଗୌର ବାଗ ଗ୍ରାମର ମାନ୍ଯଗଣ୍ଯ ବ୍ଯକ୍ତି ଏବଂ ଆୟୋଜକ କମିଟିର କାର୍ଯ୍ୟକର୍ତ୍ତାମାନେ ଏକ ବିଶାଳ ମଶାଲ ଶୋଭାଯାତ୍ରାରେ ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀ ଙ୍କ ମନ୍ଦିର ରୁ ଗ୍ରାମ ପରିକ୍ରମା କରି ଖେଳ ପଡିଆ ପର୍ଯ୍ୟନ୍ତ ପହଞ୍ଚି ଥିଲେ ।

ଉଦଘାଟିନୀ ମ୍ୟାଚ ଭବାନୀପାଟଣା ଓ ପଡୋଶୀ ଜିଲ୍ଲା ନବରଙ୍ଗପୁର ଅନ୍ତର୍ଗତ ଝରିଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭବାନୀପାଟଣା ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଙ୍ଗ କରିବାର ନିଷ୍ପତ୍ତି ନେଇ ଆକ୍ରାତ୍ମକ ବ୍ୟାଟ୍ସମ୍ୟାନ ଦିପକ ଙ୍କ ୧୦୨ ରନ ସହାୟତାରେ ନିର୍ଧାରିତ
୧୨ ଓଭର ରେ ୧୭୯ ରନ କରିଥିଲେ । ପ୍ରତିପକ୍ଷ ଦଳ ୧୫୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ବିଜୟୀ ଦଳ ଭବାନୀପାଟଣାର ଦିପକଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ ଘୋଷଣା କରାଯାଇ ଥିଲା ।ଖେଳ ଦେଖିବା ପାଇ ବିଭିନ୍ନ ଅଞ୍ଚଳରୁ ଶହ ଶହ କ୍ରିକେଟ ପ୍ରେମୀ ଉପସ୍ଥିତ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବାର ଦେଖାଯାଇ ଥିଲା ।

ସ୍ଵତନ୍ତ୍ର ପ୍ରତିନିଧି ଲୋଚନ ପୋଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.