ଧର୍ମଗଡ/କୋକସରା,୧୨/୩ : ଆଜି ଏକ ଦୂଃଖଦ ଘଟଣା ଆମର ହସ୍ତଗତ ହୋଇଛି । ଧର୍ମଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ପଞ୍ଚାୟତ ଅନ୍ତର୍ଗତ ବନ୍ଦପଡା ଗ୍ରାମ ସ୍ଥିତ ଏକ ଗଛରେ ଓହଳି ରହିଛି ଜଣେ ଯୁବତୀଙ୍କ ମୃତଦେହ । ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ମାନେ ଏହା ଦେଖିବା ପରେ ଘଟଣା ପ୍ରଘଟ ହୋଇଛି । ଯୁବତୀଙ୍କ ପରିଚୟ ମିଳି ପାରିନଥିବା ବେଳେ ଏହା ଆତ୍ମହତ୍ୟା କି ହତ୍ୟା ଏହା ପୋଲିସ ଅନୁସନ୍ଧାନ ପରେ ହିଁ ସ୍ପଷ୍ଟ ହୋଇପାରିବ ।