ନବ ବଧୂର ଆତ୍ମହତ୍ୟା ଅଭିଯୋଗ

ଧର୍ମଗଡ,୧୨/୩: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଜୟନ୍ତପୁର କଲୋନୀ ପଡା ରେ ଜଣେ ନବବଧୁ ଆତ୍ମହତ୍ୟା କରିଥିବା ପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ଟେମରା ଗ୍ରାମର ଦେବ ଚଣ୍ଡିଙ୍କ ଝିଅ ତାରା ର ବିବାହ ଗତ ୩ ତାରିଖରେ ଜୟନ୍ତପୁର କଲୋନିପଡା ର ସାମନ୍ତ ଙ୍କ ସହ ବୈଦିକ ରିତିନିତି ରେ ହୋଇଥିଲା। ବିବାହର ଅଳ୍ପ ଦିନପରେ ହଠାତ ନବବଧୁ ବେକରେ ଦଉଡି ଦେଇ ଶୋଇବା ଘର ଭିତରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଲିଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଅସ୍ପଷ୍ଟ ଥିବାବେଳେ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି । ମୃତ ମହିଳାଙ୍କ ସ୍ବଶୁର ଘର ପରିବାରବର୍ଗଙ୍କୁ ପଚରାଉଚରା କରିବାସହ ଝିଅ ଘର ଲୋକଙ୍କୁ ଖବର ଦେବା ସହ ଘଟଣା କୁ ଅତି ସମ୍ବେଦନଶିଳ ଭାବେ ଗ୍ରହଣ କରିଛି କୋକସରା ପୋଲିସ ।

ଧର୍ମଗଡ଼ ରୁ ଲବଣି ରାଉତ ଙ୍କ ରିପୋର୍ଟ odiabarta. in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.