କପିଳେଶ୍ୱର ଚାରିଟେବୁଲ ହସ୍ପିଟାଲରେ ବିରଳ ସ୍ନାୟୁ ଟ୍ୟୁମର୍ ଅସ୍ତ୍ରୋପଚାର

ଓଡ଼ିଆ ବାର୍ତ୍ତା/ ସୋନପୁର: କପିଳେଶ୍ୱର ଚାରିଟେବୁଲ ହସ୍ପିଟାଲରେ ଡା. ପ୍ରକାଶ ଚନ୍ଦ୍ର ଦଣ୍ଡସେନାଙ୍କ ତତ୍ତ୍ୱାବଧାନରେ ଏକ ବିରଳ ସ୍ନାୟୁ ଟ୍ୟୁମର୍ ଅସ୍ତ୍ରୋପଚାର କରାଯାଇଛି । ବୌଦ୍ଧ ଜିଲ୍ଲାର ଶୁଣ୍ଢିପଦର ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆପଦର ଗ୍ରାମର ବ୍ରଜମୋହନ କର୍ମୀ (୫୧)ଙ୍କୁ ଏଥିପାଇଁ ବୁର୍ଲା ମେଡିକାଲ କଲେଜରୁ ଏମ୍ସ/ ଏସସିବିର ନ୍ୟୁରୋ ସର୍ଜରୀ ବିଭାଗକୁ ରେଫର୍ କରାଯାଇଥିଲା । କିନ୍ତୁ ଯୁବ ଇଏନଟି ବିଶେଷଜ୍ଞ ଡା. ରଶ୍ମିରଞ୍ଜନ ହୋତା ଏବଂ ସର୍ଜନ ଡା. ଜସ୍ମିନ କୁମାର ପାଣିଗ୍ରାହୀ ଲୋକାଲ ଆନାସ୍ଥେସିଆ ପ୍ରୟୋଗ କରି ସଫଳତାର ସହ ଉକ୍ତ ଅସ୍ତ୍ରୋପଚାର କରିଥିଲେ । ଏଭଳି ବିରଳ ଅସ୍ତ୍ରୋପଚାର ଧର୍ମଶାଳାରେ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.