ଏଣିକି ୧୨ରୁ ୧୪ ବର୍ଷ ପିଲାଙ୍କୁ ବି ଦିଆଯିବ କରୋନା ଟିକା: ଜାଣନ୍ତୁ, କେବେଠାରୁ ଆରମ୍ଭ ହେବ ଏହି ଟିକାକରଣ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭୀୟ ଟ୍ବିଟ୍‌ କରି କହିଛନ୍ତି, ପିଲାମାନେ ସୁରକ୍ଷିତ ରହିଲେ ଦେଶ ସୁରକ୍ଷିତ ରହିବ । ଆଗକୁ ସେ ଲେଖିଛନ୍ତି, ‘ଆସନ୍ତା ମାର୍ଚ୍ଚ ୧୬ ତାରିଖ ଠାରୁ ଦେଶରେ ୧୨ ରୁ ୧୪ ବର୍ଷ ବୟସ ଶିଶୁଙ୍କୁ ଟିକାକରଣ ଆରମ୍ଭ ହେବ । ଏହା ସହିତ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନେ ବୁଷ୍ଟର ଡୋଜ୍‌ ନେଇପାରିବେ’ । ପିଲାମାନେ ତଥା ବୟସ୍କ ବ୍ୟକ୍ତିମାନେ ଟିକା ନେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ସୂଚନା ଅନୁସାରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଏହି ଟିକାକରଣ । ୧୨ ରୁ ୧୪ ବର୍ଷ ବୟସ ପିଲାଙ୍କୁ କୋର୍ବେଭାକ୍ସ (Corbevax) ଭ୍ୟାକସିନ୍‌ ଦିଆଯିବ । ବାୟୋଲୋଜିକାଲ ଇ ଲିମିଟେଡ୍‌ କମ୍ପାନୀ ଦ୍ବାରା କୋର୍ବେଭାକ୍ସ ଟିକା ତିଆରି କରାଯାଇଛି । କେବଳ ଶିଶୁ ନୁହେଁ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନେ ବୁଷ୍ଟର ଡୋଜ୍‌ ନେଇପାରିବେ । ଏବେ ଭାରତରେ ଆଗଧାଡିର କରୋନା ଯୋଦ୍ଧା, ଯେପରିକି ସ୍ବାସ୍ଥ୍ୟକର୍ମୀ ଏବଂ ବିଭିନ୍ନ ରୋଗରେ ପୀଡିତ ଥିବା ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ଦିଆଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.