ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓଙ୍କ ଦାୟିତ୍ଵ ଗ୍ରହଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକର ନୂତନ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ଭାବେ ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି । ଦାୟିତ୍ଵ ନେବା ଅବସରରେ ସେ ବ୍ଲକବାସୀଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିବା ସହ ମ.ରାମପୁରକୁ ଏକ ଆଦର୍ଶ ବ୍ଲକ ଭାବରେ ଗଢି ତୋଳିବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ନୂତନ ବ୍ଲକ ଅଧ୍ୟକ୍ଷାଙ୍କ ଦାୟିତ୍ଵ ଗ୍ରହଣ ଅବସରରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ତାଙ୍କୁ ଶୁଭକାମନା ଜଣାଇବା ସହ ନିଷ୍ଠାପର ଭାବରେ ଲୋକଙ୍କ ସେବା ସହ ଅଞ୍ଚଳର ବିକାଶ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମ.ରାମପୁର ବ୍ଲକ ବିଜେଡି ସଭାପତି ଗୋବିନ୍ଦ ଶତପଥି, ବମକ ସରପଞ୍ଚ ରୋମାଞ୍ଚ ସାହୁ (ରାଷ୍ଟ୍ର), ବିଜେଡି ଆଇଟିସେଲ ର ଭବାନୀ ସାହୁ, ପଂଚାୟତ ସଭାପତି ପ୍ରଦୀପ ପାଣିଗ୍ରାହୀ, ଶିବ ପଟ୍ଟନାୟକ, ପ୍ରେମସାଗର, ମ.ରାମପୁର ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ନାରାୟଣ ସାହୁ, ଭଗବାନ ଭୋଇ, ସଂଯୁକ୍ତା ପୁରୋହିତଙ୍କ ସମେତ ବ୍ଲକର ସମିତିସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.