ପିଲାଙ୍କୁ ବିଭିନ୍ନ ସ୍ଥାନ ପରିଭ୍ରମଣ କରାଇଲା ଶୋଭା ସଂଗଠନ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଦୀର୍ଘ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁଁ ବିଦ୍ୟାଳୟ ବନ୍ଦ ଥିବାରୁ ପିଲାମାନେ କୌଣସି ସ୍ଥାନକୁ ଯାଇ ପାରୁ ନଥଲେ । ପିକନିକ, ଦୂରସ୍ଥାନକୁ ଯାତ୍ରା ବି କରି ପାରୁ ନ ଥିଲେ । ଘରେ ରହି ଏକ ପ୍ରକାର ବନ୍ଧୀ ଜୀବନ ବିତାଉ ଥିଲେ ଛାତ୍ରଛାତ୍ରୀ । ଫଳରେ କୋଭିଡ ଯୋଗୁଁ ବାହାର ସ୍ଥାନକୁ ବୁଲିବା ଉପରେ ଲାଗିଥିଲା କଟକଣା । ହେଲେ ଛାତ୍ରଛାତ୍ରୀଙ୍କ ଏ ଇଚ୍ଛା ପୂରଣ କରିଛି ଶୋଭା ସଂଗଠନ l କୋରାପୁଟରେ କାର୍ଯ୍ୟ କରୁଥିବା ଶୋଭା ସ୍ବେଚ୍ଛାସେବୀ ସଂଗଠନ କୋଟପାଡ଼ ଅଞ୍ଚଳର ବିଭିନ୍ନ ଗାଁର ପିଲାଙ୍କୁ ଏକାଠି କରି ବିଭିନ୍ନ ସ୍ଥାନକୁ ପରିଭ୍ରମଣ କରିବା ପାଇଁ ସୁଯୋଗ ପ୍ରଦାନ କରିଥିଲା । ଗାଁ ଗଣ୍ଡାରୁ ଆସିଥିବା ଏହି ପିଲାମାନେ କୋରାପୁଟର ଆଦିବାସୀ ସଂଗ୍ରହାଳୟ ସମେତ ସୁନାବେଡ଼ାସ୍ଥିତ ହରିଣ ପାର୍କ, କୋରାପୁଟ ରେଳଷ୍ଟେସନ ଏବଂ କୋରାପୁଟ ନିକଟରେ ଶୋଭା ସଂଗଠନ ଦ୍ଵାରା ପରିଚାଳିତ କମ୍ୟୁନିଟି ରେଡ଼ିଓ ଷ୍ଟେସନ ବୁଲି ଦେଖାଇଛି । ଯାହା ଫଳରେ ପିଲାମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।ଏହି ପର୍ଯ୍ୟଟନ ଦ୍ଵାରା ପିଲାଙ୍କ ମଧ୍ୟରେ ସ୍କୁଲ ଓ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି ହେବ ବୋଲି ଶୋଭା ସଂଗଠନର ପ୍ରକଳ୍ପ ପରିଚାଳକ ରାମପ୍ରସାଦ ପଟ୍ଟନାୟକ ଜଣାଇଛନ୍ତି । ପର୍ଯ୍ୟଟନ ସାରି ପିଲାମାନେ ନିଜ ନିଜ ଗାଁକୁ ଫେରିଯିବା ପୂର୍ବରୁ ସେମାନେ ପରସ୍ପରର ଅନୁଭୂତିକୁ ବର୍ଣ୍ଣନା କରିଥିଲେ । ଏହା ଏକ ଶିକ୍ଷଣୀୟ ଯାତ୍ରା ଥିଲା ବୋଲି ସେମାନେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.