ନିର୍ବାଚନ ଆଚରଣ ବିଧିର ୪ଦିନ ପରେ ବି ହଟାଯାଇନି ବସଗୁଡିକରୁ ସରକାରୀ ଯୋଜନା ପୋଷ୍ଟର

ରାୟଗଡ,୧୫/୩ : ଚଳିତ ବର୍ଷର ଏପ୍ରିଲ ମାସ ୧୧ତାରିଖରେ ଓଡିଶାରେ ହେବାକୁ ଥିବା ୪ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନକୁ ଅବାଧ, ଭୟମୁକ୍ତ ଓ ନିରପେକ୍ଷ ଭାବେ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଜିଲ୍ଳାର ସମସ୍ତ ଜିଲ୍ଳାପାଳ ତଥା ଜିଲ୍ଳା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ ଆଚରଣ ବିଧିକୁ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମାର୍ଚ୍ଚ ୧୦ତାରିଖରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଆଜକୁ ୫ଦିନ ହୋଇ ଯାଇଥିଲେ ମଧ୍ୟ ଜିଲ୍ଳାରେ ଯାତାୟାତ କରୁଥିବା ବିଭିନ୍ନ ସରକାରୀ ଓ ବେସରକାରୀ ବସଗୁଡିକରେ ସରକାରଙ୍କ କାଳିଆ ଯୋଜନାର ପୋଷ୍ଟରଗୁଡିକ ଲାଗିଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ କଂଗ୍ରେସ, ବିଜେପି ପକ୍ଷରୁ ଅଭିଯୋଗ କରାଯାଉଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହେଉ ନଥିବା ପରିଲିକ୍ଷିତ ହୋଇଛି ।

ଗତ ୧୧ତାରିଖ ଦିନ ଜିଲ୍ଳା ପ୍ରଶାସନ ତରଫରୁ ଜିଲ୍ଳାରେ ଲାଗି ରହିଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡିକର ପୋଷ୍ଟର ଓ ବ୍ୟାନରକୁ ହଟାଇ ଦିଆଯାଇଥିବା ବେଳେ କିଛି କିଛି ସ୍ଥାନରେ ଏହା ଏବେ ବି କଢା ଯାଇ ନଥିବା ଅଭିଯୋଗ ଶୁଣିବାକୁ ମିଳିଛି ।

ସେହିପରି କାଶିପୁର ପଂଚାୟତ କାର୍ଯ୍ୟାଳୟରେ ୧୨ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ କାଳିଆ ଯୋଜନାର ବଡ ବଡ ପୋଷ୍ଟର ଲାଗି ରହିଥିବା ଦେଖିବାକୁ ମିଳିଥିଲା । ତେବେ ଏଥିପ୍ରତି ଦୃଷ୍ଟି ଦିଆ ଯାଉଥିବା ସହ ବାକି ରହିଯାଇଥିବା ପୋଷ୍ଟର ଓ ବ୍ୟାନରକୁ ଯଥାଶୀଘ୍ର ହଟାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ମୂଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ବେହେରା ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.