ନର୍ଲା ରାଜରାସ୍ତାରେ ନର୍ଦ୍ଦମା ପାଣି, ଦୁର୍ଗନ୍ଧରେ ଫାଟି ପଡୁଛି ନାକ

ତୁରନ୍ତ ଡ୍ରେନ ନିର୍ମାଣ ପାଇଁ ଉଠିଲା ଦାବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଦୀର୍ଘ ଦିନ ହେଲାଣି ନର୍ଦ୍ଦମା ପାଣି ଅନବରତ ବୋହି ଆସି ରାଜ ରାସ୍ତା ଉପରେ ଜମା ହୋଇ ରହୁଛି । ନର୍ଦ୍ଦମାର ମଇଳା ଆବର୍ଜନା ଯୁକ୍ତ ଗନ୍ଧିଆ ପାଣି ବ୍ୟାଙ୍କ ସମ୍ମୁଖରେ ଜମା ହୋଇ ରହୁଥିବାରୁ ଗନ୍ଧରେ ନାକ ଫାଟି ପଡୁଥିବା ବେଳେ ନର୍ଦ୍ଦମାର ମଇଳା ପାଣି ଯୋଗୁଁ ମଶା ମାଛିଙ୍କ ପ୍ରକୋପ ମଧ୍ୟ ଲାଗି ରହୁଛି । ଅନ୍ୟପକ୍ଷେ ନର୍ଲା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ସକାଳ ୧୦ ଠାରୁ ସଂଧ୍ୟା ୫ ଟା ଯାଏଁ ପ୍ରବଳ ଜନ ଗହଳି ଲାଗି ରହୁଛି । ଫଳରେ ବ୍ୟାଙ୍କକୁ ଆସୁଥିବା ଉପଭୋକ୍ତା ମାନେ ନର୍ଦ୍ଦମା ପାଣିର ଗନ୍ଧ ଓ ମଶା ଯୋଗୁଁ ଅତିଷ୍ଠ ହୋଇ ପଡୁଥିବା ଦେଖିବାକୁ ମିଳୁଛି । ଭାରତୀ ଷ୍ଟେଟ ବୟାଙ୍କ ଶାଖାର ଉପର ମୁଣ୍ଡ ମାଝୀ ପଡାର ବ୍ୟାଙ୍କ ନିକଟସ୍ଥ ମାର୍କେଟ କମ୍ପ୍ଲକ୍ସ ଯାଏଁ କେବଳ ସିମେଣ୍ଟ ଡ୍ରେନ ନିର୍ମିତ ହୋଇଥିବା ବେଳେ ସେଇଠୁ ବ୍ୟାଙ୍କ ସମ୍ମୂଖ ଦେଇ ୫୦ ମିଟର ଯାଏଁ ରାସ୍ତା କଡରେ ସେମିତି ଭାବରେ ଡ୍ରେନ ପାଣି ଜମି ରହୁଛି । ଡ୍ରେନ ପାଣି ଶେଷରେ ମୁଖ୍ୟ ରାଜରାସ୍ତା ଉପରେ ଜମା ହୋଇ ରହିବା ସହ ସମ୍ମୁଖସ୍ଥ ଦୋକାନ ବଜାର ପଟେ ମାଡି ଯାଉଥିବାରୁ ଲୋକେ ଏବଂ ଯାନ ବାହନ ଚାଳକ ମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି । ସୁନ୍ଦର ପିଚୁ ରାସ୍ତା ଉପରେ ଅନବରତ ଡ୍ରେନ ପାଣି ବୋହୁଥିବାରୁ ରାସ୍ତାଟି ମଧ୍ୟ ଖରାପ ହେବାକୁ ବସିଲାଣି । ଷ୍ଟଟବ୍ୟାଙ୍କ ପାଶ୍ୱର୍ରେ ଡ୍ରେନ ନିର୍ମାଣ ପାଇଁ ଜନସାଧାରଣଙ୍କ ତରଫରୁ ଦାବୀ ହେଉଥିବା ବେଳେ ଆଉ ଅଳ୍ପ ଦିନ ମଧ୍ୟରେ ପିଡବ୍ଲୁଡି ମୁଖ୍ୟ ରାସ୍ତା ନିର୍ମାଣ ହେବ । ସେତେବେଳେ ରାସ୍ତା ପ୍ରସସ୍ଥି କରଣ ହେବାକୁ ରହିଥିବାରୁ ଯଦି ଗ୍ରାମ ପଞ୍ଚାୟତ ତରଫରୁ ଡ୍ରେନ ନିର୍ମାଣ କରାଯାଏ ତା ହେଲେ ମଧ୍ୟ ପୁର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ଥି କରଣ ସମୟରେ ଡ୍ରେନକୁ ଭାଙ୍ଗିବାକୁ ପଡିବ । ଏଣୁ ଗ୍ରାମ ପଞ୍ଚାୟତ ତରଫରୁ ଏହା ନିର୍ମାଣ କରାଯାଇ ନାହିଁ । ଏପଟେ ପିଡବ୍ଲୁଡି ବିଭାଗ ତରଫରୁ ରାସ୍ତା ପ୍ରସସ୍ଥି କରଣ ବେଳେ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.