ଏଲ୍ଆଇସି ବ୍ରହ୍ମପୁର ମଣ୍ଡଳ ପ୍ରବନ୍ଧକଙ୍କ ରାୟଗଡା ଗସ୍ତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭାରତୀୟ ଜୀବନ ବୀମା ନିଗମ, ବ୍ରହ୍ମପୁର ମଣ୍ଡଳର ମଣ୍ଡଳ ପ୍ରବନ୍ଧକ ଶ୍ରୀକାନ୍ତ ଦାରା ଚଳିତ ଆର୍ଥିକ ବର୍ଷର ଶାଖା କାର୍ଯ୍ୟାଳୟ ଗସ୍ତ କାର୍ଯ୍ୟକ୍ରମରେ ଆସି ରାୟଗଡାରେ ପହଞ୍ଚିବା ପରେ ତାଙ୍କୁ ରାୟଗଡା ଶାଖା ପକ୍ଷରୁ ହାର୍ଦ୍ଦିକ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମର ଶୁଭାରମ୍ଭକୁ ସଦା ସ୍ମରଣୀୟ କରି ସ୍ଥାନୀୟ କସ୍ତୁରୀ ନଗର ସ୍ଥିତ “ଜୀବନ ଜ୍ୟୋତି” କାର୍ଯ୍ୟାଳୟ ପରିସରରେ ଶ୍ରୀଯୁକ୍ତ ଦାରା ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡା ଶାଖାର ବରିଷ୍ଠ ଶାଖା ପରିଚାଳକ ସନ୍ତୋଷ କୁମାର ପାତ୍ରଙ୍କ ସମେତ ବହୁ ଅଭିକର୍ତ୍ତା, ଉନ୍ନୟନ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ । ପରେ ପରେ ଅର୍ଦ୍ଧ ଶତକଧାରୀ ଅଭିକର୍ତ୍ତା, ଶତକ ଧାରୀ ଅଭିକର୍ତ୍ତା ଓ ଉନ୍ନୟନ ଅଧିକାରୀଙ୍କ ସମେତ କାର୍ଯ୍ୟାଳୟ ପରିଚାଳନା ସହ ଜଡିତ ଅଧିକାରୀ ଓ କର୍ମଚାରୀଙ୍କ ସହ ବିପଣନ ତଥା ସେବା ପରିଚାଳନାଦି କ୍ଷେତ୍ରର ବିଭିନ୍ନ ବିଷୟ ଆଧାରିତ ଆଲୋଚନା ଓ ମତ ବିନିମୟ କାର୍ଯ୍ୟକ୍ରମ ମାନଙ୍କରେ ସେ ପୌରାହିତ୍ୟ କରିବେ ବୋଲି ଜଣାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.