ହରିହର କ୍ଷେତ୍ର ବାଲସିଙ୍ଗାରେ ଭାଗବତ ପାରାୟଣ

ପୂର୍ଣ୍ଣାହୁତି ସହ ସମାପନ ହେଲା ସପ୍ତ ଦିନାତ୍ମକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ବାଲସିଙ୍ଗା ନଦୀତଟ ହରିହର କ୍ଷେତ୍ରରେ ଗତ ମାର୍ଚ୍ଚ ୧୨ ରୁ ୧୮ ତାରିଖ ଯାଏଁ ଚାଲିଥିଲା ସାତଦିନ ବ୍ୟାପୀ ଚାଲିଥିବା ଭାଗବତ ପାରାୟଣ ସପ୍ତାହ କାର୍ଯ୍ୟକ୍ରମ ଆଜି ସମାପନ ହୋଇଯାଇଛି । ଗତ ମାର୍ଚ୍ଚ ୧୨ରେ ଏହି ୬ଷ୍ଠ ବାର୍ଷିକ ପଞ୍ଚାୟତ ସ୍ତରୀୟ ସାପ୍ତାହିକ ଭାଗବତ ପାରାୟଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏଠାରେ ତିନି ଗୋଟି ଯଜ୍ଞ ଅନୁଷ୍ଠିତ ହୋଇଥାଏ ଯଥା; ଭାଗବତ ମହାଯଜ୍ଞ, ରୂଦ୍ର ମହାଯଜ୍ଞ ଓ ଅନ୍ନଯଜ୍ଞ । ଏହା ୭ ଦିନ ଧରି ଚାଲିଥିଲା । ଆଜି ଅପରାହ୍ନରେ ଏହାର ପୂର୍ଣ୍ଣହୂତି ପଡିଯାଇଛି । ବାଲସିଙ୍ଗା ହରିହର କ୍ଷେତ୍ରର ପଞ୍ଚାୟତ ସ୍ତରୀୟ ଏହି ଭାଗବତ ପାରାୟଣ କାର୍ଯ୍ୟକ୍ରମ ମୁଖ୍ୟ ଉଦ୍ୟୋକ୍ତା ତୁଳାପଡାର ଗୁଣସାଗର ବାବାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ, ପରିଚାଳନା କମିଟିର ସଭାପତି ଭାବରେ କ୍ଷମାସାଗର ପାତ୍ର ଓ ସମ୍ପାଦକ ଭାବରେ କୁଳମଣି ବାଣୁଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ତିନି ମହାଯଜ୍ଞର ପରିଳନା ନିମନ୍ତେ ବାଲସିଙ୍ଗା ସମେତ ଆଖପାଖ ଆଠ ଗୋଟି ଗ୍ରାମ ପଂଚାୟତର ଜନସାଧାରଣ ସାହାଯ୍ୟ ସହଯୋଗ କରିଥିବା ଜଣାପଡ଼ିଛି । ପରିଚାଳନା କମିଟି, ବରିଷ୍ଠ ନାଗରିକ ଓ ଯୁବ ପିଢୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ସୋନପୁରର ବ୍ୟାସ ଗଗନ ମିଶ୍ର ପ୍ରତ୍ୟହ ସକାଳ ୭ ଘଣ୍ଟାରୁ ଅପରାହ୍ନ ୪ ଟା ଯାଏଁ ପାରାୟଣ କାର୍ଯ୍ୟକ୍ରମ କରୁଥିଲେ । ସଂଧ୍ୟା ସମୟରେ ସାନ୍ଧ୍ୟ ଆଳତି ସାଙ୍ଗକୁ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ସାତଦିନ ବ୍ୟାପୀ ପ୍ରତ୍ୟହ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଆଠ ଗୋଟି ଗ୍ରାମ ପଞ୍ଚାୟତର ସହଯୋଗ କ୍ରମେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଗ୍ରାମର ଯୁବପିଢୀ, ଜନସାଧାରଣ ଏବଂ ଭାଗବତ ସେବା ସଂସ୍କୃତି ଅନୁଷ୍ଠାନ ବାଲସିଙ୍ଗାର ଯଜ୍ଞ ପରିଚାଳନା କମିଟିର କର୍ମକର୍ତ୍ତା ମାନଙ୍କ ସହଯୋଗ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ବାଲସିଙ୍ଗାର ପାରାୟଣ ମହୋତ୍ସବ-୨୦୨୨ । ନଦୀ ବାଲି ପଠାରେ ରୁଦ୍ର ଯଜ୍ଞ ହେଉଥିବା ବେଳେ ସମସ୍ତ ଯଜ୍ଞ କାର୍ଯ୍ୟ ନଦୀ ତଟରେ ଅନୁଷ୍ଠିତ ହେଉଥିବାରୁ ଏହି ଯଜ୍ଞକୁ ସ୍ଥାନୀୟ ଲୋକେ ବାଲିଯାତ୍ରା ବୋଲି ମଧ୍ୟ କହୁଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.