କବିତା: ଦୋଳ ପୂର୍ଣ୍ଣିମା 

✍🏾ରଞ୍ଜିତ କୁମାର ସାହୁ

ବାନ୍ଧିଣ ମେଲାଣି ତରୁଣ ରମଣୀ
ପୁଣି ରଙ୍ଗି ଗଲେ ରଙ୍ଗ ଖେଳରେ
ସଜ ହୋଇ ଫୁଲେ ପ୍ରଭୁ  ଚିନ୍ତାମଣି 
ବିଜେ କଲେ ପୁଣି ଗାଆଁ ଦୋଳରେ ।

ବାଜୁଛି ମାଦଳ ଭାବରେ ବିହ୍ଵଳ
ହୃଦୟ ନାଚେ ଜହ୍ନ ଆଲୋକେ
ଦୋଳରେ ବୁଲନ୍ତି ରାଇ ଦାମୋଦର
ଗଗନ କମ୍ପଇ କୃଷ୍ଣ ନାମ ଡାକେ । 

ଭେଦଭାବ ଭୁଲି ହରି ବୋଲ ବୋଲି
ସମ୍ପର୍କର ଡୋରି ବାନ୍ଧନ୍ତି ଜନେ
ଶାନ୍ତି ମୈତ୍ରୀ ପ୍ରୀତି ବାରତା ଦିଅଇ
ଦୋଳ ଯାତ୍ରାଟି ଭକ୍ତିଭରା ସ୍ଵନେ ।

ଫାଲଗୁନେ ଖେଳେ ଫୁଲର ସୌରଭ
ମେଦିନୀ କୋଳରେ ମହକ ଭରି
ଆଜି ମୁଁ ବାନ୍ଧିବି ହରି ସାଥେ ପୁଣି,
ଅବିର ରଙ୍ଗରେ ଭକ୍ତିର ଡୋରି ।।

ଯୁକ୍ତରାଷ୍ଟ୍ର ଆମେରିକା 
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.