ଜିଏମୟୁରେ ଶବ୍ଦଗଙ୍ଗାର ଦ୍ବାବିଂଶ ସଂଖ୍ୟା ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ସାରସ୍ବତ ମାସିକ ଅନ୍‌ଲାଇନ୍ ମୁଖପତ୍ର ଶବ୍ଦଗଙ୍ଗାର ଦ୍ବାବିଂଶତମ ସଂଖ୍ଯା ବିଭାଗ ମୁଖ୍ୟ ଡକ୍ଟର ଲକ୍ଷ୍ମୀପ୍ରିୟା ବେହେରାଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏହି ସାରସ୍ବତ ସଭାରେ ବିଭାଗର ସଂଖ୍ୟାଧିକ ଛାତ୍ରଛାତ୍ରୀ, ଗବେଷକ ଗବେଷିକା ଓ ସମ୍ପାଦକ ମଣ୍ଡଳୀ ଉପସ୍ଥିତ ଥିଲେ । ଏହି ଫାଲ୍‌ଗୁନ ସଂଖ୍ୟାର ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୋହେଲାର ଡାକ୍ତର ପୀତବାସ ପଧାନ ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ ।

ଛାତ୍ର ସମ୍ପାଦକ ସୀମା ଶତପଥି ପ୍ରାରମ୍ଭିକ ବକ୍ତବ୍ଯ ପରିବେଷଣ କରିଥିବା ବେଳେ ଜଗନ୍ନାଥ ମେହେର ଶବ୍ଦଗଙ୍ଗାର ସାରସ୍ବତ ମୂଲ୍ଯ ଓ ଏହାର ଉପାଦେୟତା ସଂପର୍କରେ ଆଲୋଚନା କରିଥିଲେ । ଛାତ୍ର ପ୍ରତିଭା ବବୁନ୍ ଦଣ୍ଡସେନା, ପପୁନ ଭୋଇ ଓ ଛାତ୍ରୀ ତୃଷା ଦାଶ ଆଦି ସେମାନଙ୍କର ପାଠକୀୟ ଶ୍ରଦ୍ଧା ବଖାଣି ଥିଲେ । ଶେଷରେ ଛାତ୍ର ସମ୍ପାଦକ ସୁଦର୍ଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.