ବେହେରା ଶିଶୁ ମନ୍ଦିରର ଅସଂପୂର୍ଣ୍ଣ କୋଠା ସଂପୂର୍ଣ୍ଣ କରିବାକୁ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକର ଉପାନ୍ତ ଅଞ୍ଚଳ ବେହେରା ଗ୍ରାମରେ ପ୍ରାଥମିକ ଶିକ୍ଷା ପାଇଁ ସରସ୍ଵତୀ ଶିଶୁ ମନ୍ଦିର ସ୍ଥାପନ କରାଯାଇଛି । କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଗଢି ଉଠି ଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀରେ ପ୍ରାୟ ୧୫୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଶିଶୁ ମମନ୍ଦିରର ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ କଠୋର ଅଧ୍ୟାବସାୟ ଫଳରେ ଶିକ୍ଷାର୍ଥୀ ମାନେ ଗୁଣାତ୍ମକ ଶିକ୍ଷା ଲାଭ କରୁଛନ୍ତି । ତେବେ ଶିକ୍ଷା ଗ୍ରହଣ ପାଇଁ ଆବଶ୍ୟକ ଅନୁଯାୟୀ ଶ୍ରେଣୀ ଗୃହର ଅଭାବ ରହିଛି । ଏହାକୁ ହୃଦୟଙ୍ଗମ କରି ୨୦୧୨-୧୩ ବର୍ଷରେ ତତ୍କାଳୀନ କଳାହାଣ୍ଡି ସାଂସଦ ଭକ୍ତଚରଣ ଦାସ ସାଂସଦ ପାଣ୍ଠିରୁ ୩ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ୨୦୧୫-୧୬ ବର୍ଷରେ ଶ୍ରେଣୀ ଗୃହ କୋଠା ପାଇଁ ତତ୍କାଳୀନ ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ତେବେ ଏହି ଟଙ୍କାରେ ଶ୍ରେଣୀ ଗୃହ ନିର୍ମାଣ ସମ୍ପୂର୍ଣ ହୋଇ ପାରିନାହିଁ । ଇତି ମଧ୍ୟରେ ପ୍ରାୟ ୭ବର୍ଷ ସମୟ ଅତିକ୍ରାନ୍ତ ହୋଇ ଯାଇଛି କିନ୍ତୁ ଗୃହ ନିର୍ମାଣ ସମ୍ପୂର୍ଣ ହୋଇ ପାରିନାହିଁ । ଫଳରେ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସମ୍ପୂର୍ଣ୍ଣ କୋଠାକୁ ସମ୍ପୂର୍ଣ୍ଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଆଉ କିଛି ଅନୁଦାନ ଯୋଗାଇ ଦେବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି, ଆଚାର୍ଯ୍ୟ ଅଚାର୍ଯ୍ୟା, ଛାତ୍ର ଛାତ୍ରୀ, ଅଭିଭାବକ ତଥା ଗ୍ରାମ ବାସୀ ଦାବୀ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.