ଦକ୍ଷିଣକାଳୀ ମନ୍ଦିରରେ ମା ଦୁର୍ଗା(ଚଣ୍ଡୀ)ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ତଳସାଗରପଡ଼ାଠାରେ ଥିବା ମାଁ ଦକ୍ଷିଣକାଳୀ ମନ୍ଦିରରେ ମାଁ ଦୁର୍ଗା(ଚଣ୍ଡୀ)ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହେଇଯାଇଛି । ଦୁଇ ଦିନ ଧରି ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ମଣ୍ଡଳାଧିବାସ, ଧ୍ୟାନାଧିବାସ ସହିତ କର୍ମାରମ୍ଭ ହେଇଥିଲା । ବିଗ୍ରହଟି ଗଞ୍ଚାମ ଜିଲ୍ଲା ଭଞ୍ଚନଗରର ସନ୍ତୋଷ କୁମାର ଗୌଡ଼ ଏବଂ ତାଙ୍କ ପତ୍ନୀ ସବିତା ଗୌଡ଼ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବାବେଳେ ମୁଖ୍ୟ କର୍ତ୍ତା ଭାବରେ ଶାନ୍ତନୁ କୁମାର ମହାଖୁଡ଼ ଏବଂ ତାଙ୍କ ପତ୍ନୀ ନିରୁପମା ମହାଖୁଡ଼ ଦାୟିତ୍ୱ ନିର୍ବାହ କରୁଛନ୍ତି । ପୂଜା ମୁଖ୍ୟ ଅନ୍ତର୍ଯ୍ୟାମି ମିଶ୍ର ରହିଥିବାବେଳେ ଗୁୁରୁ ପଦ୍ମଲୋଚନ ମହାଖୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଚାଲୁ ଥିବା ଜଣାଯାଇଛି । ଶ୍ରୀ ଶ୍ରୀ ମାଁ ଦକ୍ଷିଣକାଳୀ ମନ୍ଦିର କମିଟୀର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.