ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡିର ଦୁଇ ପୂର୍ବତନ କାଉନସିଲର ନିଲମ୍ବିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସ୍‌ପେଣ୍ଡ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ମ୍ୟୁନିସିପାଲର ୱାର୍ଡ ନ -୦୩ର ପୂର୍ବତନ କାଉନସିଲର ଭାଗବତ ବେହେରା ଏବଂ ୧୦ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଶ୍ରୀବଚ୍ଛ ବେହେରା । ଦଳ ବିରୋଧୀ କାର୍ଯ୍ୟ କରିଥିବା ଏହି ଦୁଇ ପୂର୍ବତନ କାଉନସିଲରଙ୍କୁ ମହଙ୍ଗା ପଡ଼ିଛି । ଏନେଇ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ସରୋଜ କର୍ଣ୍ଣ ଏମାନଙ୍କୁ ଦଳରୁ ବହିଷ୍କାର କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.