ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ଃ. ନିହାରକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ମହିଳା ଆତ୍ମ ସୁରକ୍ଷା ତାଳିମ ଶିବିର ଉଦଘାଟିତ ହୋଇଯାଇଛି ।ଆଠ ଦିନ ବ୍ୟାପି ହେବାକୁଥିବା ଏହି ଶିବିରକୁ କୋକସରା ଡିଗ୍ରି କଲେଜର ମହିଳା ପ୍ରଶିକ୍ଷିକା ପ୍ରିୟଦର୍ଶିନୀ ବେହେରା ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ । ଏହି ଉଦଘାଟନୀ ସଭାରେ ଅଧ୍ୟକ୍ଷଙ୍କ ସମେତ ଖେଳ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାଶ, ଭାରତ ଭୂଷଣ ଠାକୁର, ତୁଳସୀ ବାଗ, ଦିବାକର ଦୂର୍ଗା, ଭାନୁମତି ମାଝୀ, ସ୍ୱପ୍ନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପକ ସଂଜୟ ପୁରୋହିତ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ପ୍ରେମାନନ୍ଦ ସାହା ଧନ୍ୟବାଦ ଅର୍ପଣ କରିଥିଲେ । ଏକାଦଶ ଶ୍ରେଣୀର ସମସ୍ତ ଛାତ୍ରୀମାନଙ୍କ ଉପସ୍ଥିତିରେ ସଭାଟି ଶୃଙ୍ଖଳାର ସହ ସମାପନ ହୋଇଥିଲା ।