ଅଭିଯୋଗ କରିବାର ଚାରି ଘଣ୍ଟା ମଧ୍ୟରେ ଦିବ୍ୟାଙ୍ଗଙ୍କୁ ମିଳିଲା ହୁଇଲ ଚେୟାର

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ବ୍ଲକ ଉଦେପୁର ପଞ୍ଚାୟତ ଗଜଖୋଲା ଗାଁର ରଚେକ ଭୋଇ ଜନ୍ମରୁ ଦିବ୍ୟାଙ୍ଗ । ସେ ଠିକ୍ ଭାବରେ ଚାଲି ବୁଲି ପାରନ୍ତି ନାହିଁ । ଯଦି କୁଆଡେ ଯିବାକୁ ଇଛା ହୁଏ ତେବେ ସେ ଗୁରୁଣ୍ଡି ଗୁରୁଣ୍ଡି ଯାଇଥାନ୍ତି ।‌ ସେ ବାହାରେକୁ ଯିବା ଆସିବାପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି ସମସ୍ୟାକୁ ଦେଖି ଯୁବ ସମାଜସେବୀ ଯଶୋବନ୍ତ ରଣା ତାଙ୍କର ସମସ୍ତ ଡକୁମେଣ୍ଟ ସଂଗ୍ରହ କରି ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ଡ଼ିଏସଏସଓ ମଦନଜିତ ହୋତା ଓ ଅରୁଣ ମହାପାତ୍ରଙ୍କୁ ଜଣେଇ ଗୋଟିଏ ହୁଇଲ ଚେୟାର ଦେବାକୁ ନିବେଦନ କରିଥିଲେ । ସମସ୍ୟା ବିଷୟରେ ଜାଣିବାର କେଇ ଘଣ୍ଟା ମଧ୍ୟରେ ସେହିପରିବାର ସହ ଯୋଗାଯୋଗ କରି ଡ଼ିଏସଏସଓ ଶ୍ରୀ ସାରଙ୍କ ନିର୍ଦ୍ଦେଶରେ ଏକ ହୁଇଲଚେୟାର ପ୍ରଦାନ କରାଯାଇଛି ।‌ ଏହି ହୁଇଲଚେୟାରକୁ ତାଙ୍କର ପରିବାରର ସଦସ୍ୟ ଆସି ଡ଼ିଡ଼ିଏଲଆରଏମ ଅଫିସରୁ ଗ୍ରହଣ କରି ନେଇଛନ୍ତି । ରଚେକ ଏବେ ଏହି ହୁଇଲଚେୟାରରେ ବସି ଯୁଆଡେ ମଧ୍ୟ ବୁଲିପାରିବ ବୋଲି ତାଙ୍କ ଘର ଲୋକେ ଜଣେଇଛନ୍ତି ଓ ଡ଼ିଏସଏସଓ ମଦନଜିତ ହୋତା, ଅରୁଣ ମହାପାତ୍ର ଓ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.