ସଞ୍ଜିବ କୁମାର ନାଏକ ନିର୍ଦ୍ଵନ୍ଦରେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ପଞ୍ଚାୟତ ସମିତି ପରିସରରେ ଚାଲିଥିବା ଉପାଧ୍ୟକ୍ଷ ନିର୍ବାଚନର ଫଳାଫଳ ଘୋଷିତ ହୋଇଛି । ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଚମ୍ପାଦେଇପୁର ସମିତି ସଭ୍ୟ ସଞ୍ଜିବ କୁମାର ନାଏକ (ଟୁନା) । ଆଜି ଓଡ଼ିଶାର ସମସ୍ତ ବ୍ଲକରେ ଉପାଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ସେହି କ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଜିଲ୍ଲାର ୧୩ଟି ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଉପାଧ୍ୟକ୍ଷ ନିର୍ବାଚନ ହେଉଥିବା ଖବର ହସ୍ତଗତ ହୋଇଛି । ଲାଞ୍ଜିଗଡ଼ ବ୍ଲକରେ ଥୁଆମୂଳ ରାମପୁର ବିଡ଼ିଓ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ । ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରୁ ୧୬ ଜଣ ସମିତି ସଭ୍ୟ/ସଭ୍ୟା ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ନିର୍ବାଚନରେ ଅଂଶଗ୍ରହଣ କରିଥିଲେ । ତେବେ ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ସଞ୍ଜିବ କୁମାର ନାଏକ ଜଣେ ହିଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କ ବିପକ୍ଷରେ କୈାଣସି ପ୍ରତିଦ୍ବନ୍ଦୀ ନଥିବାରୁ ସେ ନିର୍ବାଚିତ ଘୋଷିତ ହୋଇଥିବା ଜଣାପଡିଛି । ଲାଞ୍ଜିଗଡ଼ ଏବିଡ଼ିଓ ବିଭୂତି ଭୂଷଣ ସତପଥି ଜିପିଓ ବିଘ୍ନରାଜ ମୁଣ୍ଡ, ଜଗନ୍ନାଥପୁର ପିଇଓ ତାପସ ସାହୁ, ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.