ଜୟପାଟଣା ବ୍ଳକ ଉପାଧ୍ୟକ୍ଷା ଭାବେ ଜାନକୀ ବାଣୁଆ ନିର୍ଦ୍ବନ୍ଦରେ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଜାନକୀ ବାଣୁଆ ନିର୍ଦ୍ବନ୍ଦ୍ବରେ ଜୟପାଟଣା ବ୍ଳକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ବାଣୁଆ ପ୍ରଥମରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କେହି ବି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନ ଥିଲେ । ଶେଷରେ ନିର୍ବାଚନ ଦାୟିତ୍ବରେ ଥିବା ନିର୍ବାଚନ ଅଧିକାରୀ ଶ୍ରୀମତୀ ଜାନକୀ ବାଣୁଆଙ୍କୁ ବିଜୟୀ ଘୋଷଣା କରିଥିଲେ । ତାଙ୍କୁ ଜୟପାଟଣା ବ୍ଳକର ସମସ୍ତ ୨୨ଜଣ ସମିତି ସଭ୍ୟ/ସଭ୍ୟା ଅକୁଣ୍ଠ ସମର୍ଥନ ଜଣାଇ ବିଜୟ ଲାଭ କରିଥିବାରୁ ସମସ୍ତ ସମିତି ସଭ୍ୟ/ ସଭ୍ୟା ଏବଂ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ନବ ନିର୍ବାଚିତ ବ୍ଲକ ଉପାଧ୍ୟକ୍ଷା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.