ଯୁଦ୍ଧ ବିଗାଡିଦେଲା ଜୀବନର ସ୍ଥିତି : ୟୁକ୍ରେନରେ କୁକୁର ମାରି ଖାଉଛନ୍ତି ଲୋକେ

ଓଡ଼ିଆ ବାର୍ତ୍ତା/ କିଭ୍: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିଚାଲିଛି ଋଷ୍ । ଯୁଦ୍ଧ ଯୋଗୁଁ ଏବେ ୟୁକ୍ରେନ୍‌ର ଅନେକ ସହର ଭଗ୍ନାବଶେଷରେ ପରିଣତ ହୋଇସାରିଲାଣି । ଅନେକ ବିଲ୍ଡିଂ ନଷ୍ଟ ହୋଇଯାଇଛି । ଲୋକଙ୍କ ପାଖରେ ଖାଇବା ଓ ପିଇବା ପାଇଁ କିଛି ନାହିଁ । ଏଠାରେ ଅନେକ ଅଞ୍ଚଳରେ ବିଦ୍ୟୁତ ଓ ପାଣି ସପ୍ଲାଏ ବନ୍ଦ ହୋଇଯାଇଛି । ଏଠାରେ ଜୀବିତ ରହିଥିବା ଲୋକେ ରହିବା ଓ ଖାଇବା ସନ୍ଧାନରେ ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି । ସେମାନେ ବୁଲା କୁକୁରଙ୍କୁ ମାରି ତା’ ମାଂସ ଖାଉଛନ୍ତି । ଏନେଇ ୟୁକ୍ରେନର ଜଣାଶୁଣା ବିଜନେସମ୍ୟାନ୍‌ ଦମିତ୍ରୋ ସ୍ପଷ୍ଟ କରିଛନ୍ତି। ସେ ନିଜ ବନ୍ଧୁମାନଙ୍କୁ ଏଭଳି କରୁଥିବା ନିଜ ଆଖିରେ ଦେଖିଛନ୍ତି । ନିକଟରେ ୟୁକ୍ରେନରୁ ଖବର ଆସିଛି ​​ଯେ, ଲୋକମାନେ ଏଠାରେ ବଞ୍ଚିବା ପାଇଁ କୁକୁର ମାରି ଖାଉଛନ୍ତି । ଯୁଦ୍ଧ ସମୟରେ ଆଣବିକ କାରଖାନାରେ ବିସ୍ଫୋରଣ ହେତୁ ଏଠାରେ ଥିବା ଜଳ ସଂକ୍ରମିତ ହୋଇଛି । ଏଭଳି ପରିସ୍ଥିତିରେ ବିଶୁଦ୍ଧ ଜଳ ପିଇବା ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଶେଷରେ ସେହି ବିଷ ଜଳ ପିଇବା ପାଇଁ ବାଧ୍ୟ ହେଉଛନ୍ତି ୟୁକ୍ରେନବାସୀ । ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଲୋକମାନେ ଏଠାରେ ରହିବା ପାଇଁ ଛାତ ଖୋଜିବା ସହିତ ଖାଦ୍ୟ ଖୋଜୁଛନ୍ତି । କେବଳ ଏବଂ କେବଳ ମୃତଦେହ ସବୁ ସ୍ଥାନରେ ଦୃଶ୍ୟମାନ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.